Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କରୋନାରେ ପଶ୍ଚିମବଙ୍ଗ ବିଜେପି ନେତା ଡା.ଦେବାଶିଷ ସାମନ୍ତଙ୍କ ମୃତ୍ୟୁ

30/09/2020 at 4:56 PM

କୋଲକାତା ୩୦।୯: କୋଭିଡ-୧୯ରେ ପଶ୍ଚିମବଙ୍ଗର ଆଉ ଜଣେ ବିଜେପି ନେତା ପ୍ରାଣ ହରାଇଛନ୍ତି। ମୃତକ ହେଲେ ୬୬ ବର୍ଷ ବୟସ୍କ ଡା. ଦେବାଶିଷ ସମନ୍ତ। ସେ ଗତ ୨୦୧୯ ଲୋକସଭା ନିର୍ବାଚନରେ କାଂଠୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ପଶ୍ଚିମବଙ୍ଗରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀରେ ୩ଦିନ ପୂର୍ବରୁ ବିଜେପି ନେତ୍ରୀ ଅଗ୍ନିମିତ୍ରା ପାଲଙ୍କର ପରଲୋକ ହୋଇଥିଲା। ଏଥିରେ ଆଉ ଜଣେ ନେତାଙ୍କ ମୃତ୍ୟୁ ରାଜ୍ୟରେ ବିଜେପି ନେତା  ଓ କର୍ମୀଙ୍କୁ ଆତଙ୍କିତ କରିଛି।

ଗତ ଲୋକସଭା ନିର୍ବାଚନରେ ଡା. ସାମନ୍ତ ତୃଣମୂଳ ପ୍ରାର୍ଥୀ ଶିଶିର କୁମାର ଅଧିକାରୀଙ୍କ ଠାରୁ ବିପୁଳ ଭୋଟରେ ପରାଜିତ ହୋଇଥିଲେ। କାଂଠୀ ଲୋକସଭା ଆସନରୁ ଡା. ସାମନ୍ତ ବିଜୟୀ ହେବାର ଅନେକ ସମ୍ଭାବନା ଥିଲା। ଏଣୁ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସେ ୬ ଲକ୍ଷରୁ ଅଧିକ ଭୋଟ ପାଇ ମଧ୍ୟ ପରାଜିତ ହୋଇଥିଲେ।

ଦେଶରେ କରୋନା ସଂକ୍ରମଣ ପରଠାରୁ ପଶ୍ଚିମବଙ୍ଗରେ ଅଢେଇ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହେଲେଣି। ସଂକ୍ରମିତଙ୍କ ମଧ୍ୟ ମଧ୍ୟରୁ ଅନୁନ୍ୟ ୧ଲକ୍ଷ ୭୫ ହଜାରରୁ ଅଧିକ ଲୋକେ ସୁସ୍ଥ ହୋଇଫେରିଥିବା ବେଳେ ୪ହଜାର ୮୯୯ ଜଣଙ୍କର ମୃତ୍ୟୁ ହେଲାଣି। ରାଜ୍ୟରେ ଏବେ ୨୬ ହାଜରରୁ ଅଧିକ ଆକ୍ଟିଭ କେସ୍ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗଙ୍କ ସୂତ୍ରରୁ ଜଣାପଡିଛି।

   Related Posts