ଭାରତରେ ୧୦ ବିଲିୟନ ଡଲାର ନିବେଶ କରିବ ଆମେରିକୀୟ ଗ୍ୟାସ କମ୍ପାନୀ ଏୟାର ପ୍ରଡକ୍ଟସ୍ ଆଣ୍ଡ କେମିକାଲସ

Published By : Prameya-News7 Bureau | November 06, 2020 IST

ନୂଆଦିଲ୍ଲୀ ୦୬/୧୧ : ଆମେରିକାର ଖ୍ୟାତି ସମ୍ପର୍ଣ୍ଣ ଗ୍ୟାସ ଉତ୍ପାଦନ କମ୍ପାନୀ ‘ଏୟାର ପ୍ରଡକ୍ଟସ୍ ଆଣ୍ଡ କେମିକାଲସ ‘ ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୫ ରୁ ୧୦ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୭୪ ହଜାର କୋଟି ଟଙ୍କା ନିବେଶ କରିବ। ଭାରତର କୋଲ ବ୍ଲକ କ୍ଷେତ୍ରରେ ବଡ ଧରଣର ନିବେଶ କରିବାକୁ ଯୋଜନା କରୁଛି ଏହି କମ୍ପାନୀ ।

 ‘ଏୟାର ପ୍ରଡକ୍ଟସ୍ ଆଣ୍ଡ କେମିକାଲସ ‘ ପୂର୍ବରୁ ମଧ୍ୟ ଭାରତରେ କୋଲ ଇଣ୍ଡିଆ  ଭଳି ବଡ ବଡ ଉତ୍ପାଦକ କମ୍ପାନୀ ସହ ମିଳିତ ଭାବେ ଉତ୍ପାଦନ ସହ ଗ୍ୟାସ କମ୍ପଲେକ୍ସ ସଞ୍ଚାଳନ କରୁଛି । କେବଳ ସେତିକି ନୁହେଁ ଏହି କମ୍ପାନୀ ବିଶ୍ବର ପ୍ରାୟ ୫୦ ଟି ଦେଶର ୭୫୦ କାରଖାନାରେ ତାର ବ୍ୟାବସାୟିକ କାରବାର ଜାରି ରଖିଛି ।  ଏହି କମ୍ପାନୀ ଏବେ ଇଣ୍ଡୋନେସିଆରେ ମଧ୍ୟ ନିବେଶ କରିଛି । ତେବେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରଥମେ ଆମେ ଭାରତରେ ୨ ବିଲିୟନ ଡଲାର ନିବେଶ ଲକ୍ଷ୍ୟ ରଖିଛୁ ।

କମ୍ପାନୀ ଏବେ ଭାରତକୁ ଏକ ବଡ ବଜାର ଭାବେ ଅଭିହିତ କରୁଛି । କାରଣ ଆତ୍ମନିର୍ଭର ଭାରତ ମାଧ୍ୟମରେ ଏବେ ଆମ ଦେଶ ଉଦ୍ୟୋଗିକ ସଫଳତା ହାସଲ ପାଇଁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରୁଛି । ତେଣୁ ଏହା ଦ୍ବାରା ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସ୍ବାବଲମ୍ବୀ ହେବାକୁ ଲକ୍ଷ୍ୟ ରଖିଛି ଭାରତ । ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟ ୨୦୩୦ ସୁଦ୍ଧା ପ୍ରାୟ ୧୦ କୋଟି ଟନ୍ କୋଇଲା ଗ୍ୟାସିକରଣ କରିବାକୁ ଲକ୍ଷ୍ୟ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.