ମାରାଡୋନାଙ୍କ ପରେ ପୁଣି ଜଣେ ମହାନ୍‌ ଫୁଟବଲରଙ୍କ ନିଧନ, ୧୯୮୨ରେ ନିଜ ଟିମ୍‌କୁ କରାଇଥିଲେ ବିଶ୍ବ ଚାମ୍ପିୟନ୍‌

Published By : Prameya-News7 Bureau | December 10, 2020 IST

ରୋମ୍‌ ୧୦/୧୨: ଫୁଟ୍‌ବଲ୍‌ ବିଶ୍ବକପ୍‌ ୧୯୮୨ରେ ଇଟାଲିକୁ ଚାମ୍ପିୟନ କରାଇଥିବା ଅଧିନାୟକ ପାଓଲୋ ରୋସିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ଖେଳରୁ ଅବସର ନେବା ପରେ ଦେଶରେ କମେଣ୍ଟେଣ୍ଟର ଭାବେ ସକ୍ରିୟ ଥିଲେ।

ରୋସି ସରକାରୀ ପ୍ରସାରଣକର୍ତ୍ତା ଆରଏଆଇ ସହ ଜଡ଼ିତ ଥିଲେ। ଆରଏଆଇ ରୋସିଙ୍କ ଲାଇଲାଜ୍‌ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହୋଇଥିବା ସୂଚନା ଦେଇଛି।

ନିଲମ୍ବନ ପରେ ୧୯୮୦ରେ ପ୍ରତ୍ୟାବର୍ତ୍ତନ କରିବା ପରେ ଫୁଟବଲ୍‌ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ରୋସି। ୧୯୮୨ରେ ନିଜ ଟିମ୍‌କୁ ଚାମ୍ପିୟନ୍ କରାଇବାରେ ରୋସି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଟିମ୍‌ର ନେତୃତ୍ବ ନେବା ସହ ସ୍ପେନ୍‌ରେ ଖେଳାଯାଇଥିବା ବିଶ୍ବକପରେ ୮ଟି ଗୋଲ୍‌ କରିଥିଲେ ପାଓଲୋ ରୋସି। ବେଷ୍ଟ ଜର୍ମାନୀ ବିପକ୍ଷରେ ଫାଇନାଲ୍‌ ମ୍ୟାଚ୍‌ରେ ସେ ପ୍ରଥମ ଗୋଲ୍‌ କରିଥିଲେ। ଏହା ସହ ୧୯୮୨ରେ ଫିଫାର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଚୟନ ହୋଇଥିଲେ ପାଓଲୋ ରୋସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.