କରୋନାରେ ଠକେଇ ଖବର, ୬ ବ୍ୟାଙ୍କଙ୍କୁ ୪୦୦ କୋଟି ଟଙ୍କା ଚୁନ ଲଗାଇ ୪ବର୍ଷ ହେଲା ଚାଉଳ ବେପାରୀ ଫେରାର, ହାତ ମଳୁଛନ୍ତି SBI

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ବିରୋଧରେ ସଂଗ୍ରାମ ଲଢୁଥିବା ବେଳେ ଏକ ବଡ ବ୍ୟାଙ୍କ ଋଣ ଠକେଇ ମାମଲା ସାମ୍ନାକୁ ଆସିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ଙ୍କ ନେତୃତ୍ୱଧୀନ ୬ଟି ବ୍ୟାଙ୍କରୁ ୪୧୪ କୋଟି ଟଙ୍କା ଋଣ ନେଇ ବାସୁମତି ଚାଉଳ କାରବାର କରୁଥିବା ରାମଦେବ ଇଣ୍ଟରନ୍ୟାସନାଲ ମାଲିକ ଦେଶଛାଡି ପଳାଇଥିବା ଜଣାପଡିଛି। ସେ ପ୍ରାୟ ୪ ବର୍ଷ ହେଲା ଦେଶ ଛାଡି ସାରିଥିବା ବେଳେ ଏବେ ଏସବିଆଇଙ୍କ ମନେ ପଡିଛି। ଏଣୁ ଏସବିଆଇ ସିବିଆଇଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କମ୍ପାନୀର ମାଲିକ ଓ ୪ ନିର୍ଦ୍ଦେଶକଙ୍କ ବିରୋଧରେ ଏତଲା ରୁଜୁ କରି ମାମଲାର ତଦନ୍ତ ଜାରି ରହିଛି। 

{"id":267134,"width":578,"height":320,"sizeSlug":"large"}

୨୦୧୬ ମସିହାରେ କମ୍ପାନୀକୁ ଏନପିଏ ଘୋଷଣା କରାଯାଇଥିଲା।  ଘଟଣାକୁ ୪ ବର୍ଷ ବିତିଯିବା ପରେ ବି ବ୍ୟାଙ୍କମାନେ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲେ। ତେବେ ଗତ ଫେବୃଆରୀମାସରେ ଏସବିଆଇ ଏ ନେଇ ପ୍ରଥମ ଥର ପଦକ୍ଷେପ ନେଇଥିବା ବେଳେ ବ୍ୟବସାୟୀ ଫେରାର ହୋଇଯାଇଥିବା ଜଣାପଡିଛି। ସିବିଆଇ ସଂସ୍ଥାର ନିର୍ଦ୍ଦେଶକ ନରେଶ କୁମାର, ସୁରେଶ କୁମାର ଓ ସଙ୍ଗୀତ ସମେତ କିଛି ଅଜ୍ଞାତ ସରକାରୀ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରି ମାମଲାର ତଦନ୍ତ କରୁଛନ୍ତି।

{"id":267135,"width":574,"height":287,"sizeSlug":"large"}

ରାମଦେବ ଇଣ୍ଟରନ୍ୟାସନାଲ  ଏଥିରେ ଏସବିଆଇରୁ କେବଳ ୧୭୩.୧୧ କୋଟି ଟଙ୍କା ଋଣ ନେଇଥିବା ବେଳେ କ୍ୟାନାରା ବ୍ୟାଙ୍କରୁ ୭୬.୦୯, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରୁ ୬୪.୩୧, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରୁ ୫୧.୩୧, କର୍ପୋରେସନ ବ୍ୟାଙ୍କରୁ ୩୬.୯୧ ଓ ଆଇଡିବିଆଇ ବ୍ୟାଙ୍କରୁ ୧୨.୨୭ କୋଟି ଟଙ୍କା ଋଣ ନେଇଛି।

{"id":267136,"sizeSlug":"large"}

୨୦୧୬ ମସିହା ବ୍ୟାଙ୍କ ଅଡିଟ୍‌ରୁ ଅଭିଯୁକ୍ତ ଖାତାରେ ଗ଼ବଡ କରିଥିବା ଜଣାପଡିଥିଲା। ଏହା ସାଙ୍ଗକୁ ବାଲାନ୍ସ ସିଟ୍ ଏପଟସେପଟ କରି ବେଆଇନ ଭାବେ ପ୍ଲାଣ୍ଟ ଓ ମେସିନାରୀ ହଟାଇଥିବାର ବି ଜଣାପଡିଥିଲା। ଏଥିରେ ବ୍ୟାଙ୍କ ଅଧିକାରୀମାନେ ମାମଲାର ଯାଞ୍ଚ କରିବା ବେଳକୁ କମ୍ପାନୀର ମାଲିକ କି ନିର୍ଦ୍ଦେଶମାନଙ୍କର ଠିକଣା ମିଳିନଥିଲା। ସେମାନେ ଦେଶ ଛାଡି ପଳାଇଥିବା ଜଣାପଡିଥିଲା। ତେବେ ଦେଶ ଛାଡିବା ପୂର୍ବରୁ ସେମାନେ ସେମାନଙ୍କର ଅଧିକାଂଶ ସମ୍ପତ୍ତି ବିକ୍ରି କରିସାରିଥିଲେ। ଯେତେବେଳେ ଋଣ ବାବଦ ଅର୍ଥ ଫେରସ୍ତ ମିଳିବ ନାହିଁ ବୋଲି ଜଣାପଡିଲା ସେତେବେଳେ ବ୍ୟାଙ୍କ ସିବିଆଇଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.