ପୁଣି ଏକ ସରକାରୀ ବ୍ୟାଙ୍କକୁ ଲାଗିଛି ୨୬୬ କୋଟି ଟଙ୍କାର ଚୁନ, RBIଙ୍କୁ ଦେଲେ ସୂଚନା

Published By : Prameya-News7 Bureau | October 31, 2021 IST

ମୁମ୍ବାଇ ୩୧।୧୦: ସରକାରୀ କ୍ଷେତ୍ରର ଇଣ୍ଡିଆନ ବ୍ୟାଙ୍କକୁ ୩ଟି କମ୍ପାନୀ ୨୬୬ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଠକେଇ ନେଇ ବ୍ୟାଙ୍କ ଶନିବାର ସେୟାର ବଜାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କୁ ସୂଚିତ କରିଛନ୍ତି। ଇଣ୍ଡିଆନ ବ୍ୟାଙ୍କ ମାମଲାରେ ଦେଇଥିବା ସୂଚନା ଅନୁସାରେ ଏମପି ବର୍ଡର ଚେକ୍‌ପୋଷ୍ଠ ଡେଭଲପମେଣ୍ଟ କମ୍ପାନୀ ଲମିଟେଡ, ପୁଣେ-ସୋଲାପୁର ରୋଡ ଡେଭଲପମେଣ୍ଟ ଓ ସୋନାକ ନାମକ ୩ଟି କମ୍ପାନୀ ଏହି ଠକେଇ କରିଛନ୍ତି। 

{"id":536399,"sizeSlug":"full","linkDestination":"none"}

ବ୍ୟାଙ୍କ ଏହି ୩ଟି ମାମଲାକୁ ପ୍ରଥମେ ନନ ପରଫର୍ମିଂ ଆକାଉଣ୍ଟ (ଏନପିଏ) କ୍ୟାଟୋଗରୀରେ ପକାଇ ଦେଇଥିଲେ। ଏବେ ସେମାନଙ୍କୁ ଠକ ଘୋଷଣା କରିଛନ୍ତି। ଏହା ଆରବିଆଇଙ୍କ ଦ୍ୱାରା ଧାର୍ଯ୍ୟ ନିୟାମକୀୟ ରୂପରେଖରେ ହୋଇଛି। କୁହାଯାଉଥିବା ଏହି ଠକେଇରେ ଏମପି ବର୍ଡର ଚେକ୍‌ପୋଷ୍ଠ ଡେଭଲପମେଣ୍ଟ କମ୍ପାନୀ ଲମିଟେଡ ୧୬୬.୮୯ କୋଟି, ପୁଣେ-ସୋଲାପୁର ରୋଡ ଡେଭଲପମେଣ୍ଟ ୭୨.୭୬କୋଟି ଓ ସୋନାକ ୨୮.୦୮ କୋଟି ଟଙ୍କା ଠକି ନେଇଛନ୍ତି।

{"id":536401,"width":838,"height":553,"sizeSlug":"full","linkDestination":"none"}

ଏହି କମ୍ପାନୀମାନେ ଯେଉଁ କାମ ଲାଗି ବ୍ୟାଙ୍କରୁ ପାଣ୍ଠି ନେଇଥିଲେ ସେଥିରେ ଉପଯୋଗ କରିନାହାନ୍ତି। ଅର୍ଥାତ ଏମାନେ ଫଣ୍ଡ ଡାଇଭର୍ଟ କରିଛନ୍ତି। ଦେଶରେ ବ୍ୟାଙ୍କ ଠକେଇ ରୋକିବାକୁ ଗତ କିଛି ବର୍ଷ ହେଲା ଆରବିଆଇ ନୂଆ ନୂଆ ନିୟମ ପ୍ରଣୟନ କରିଆସୁଛନ୍ତି। ଫଳରେ ବ୍ୟାଙ୍କ ଋଣ ସାଙ୍ଗକୁ ଠକେଇ ମଧ୍ୟ ହ୍ରାସ ହୋଇଛି। ଏବେ ଦେଶରେ ବ୍ୟଙ୍କ ଠକେଇ ମାମଲାରେ କ୍ଷତି ପରିମାଣ ୧୩, ୮୦୦ କୋଟିକୁ ହ୍ରାସ ହୋଇଛି। ତେବେ ଏହା ପୂର୍ବରୁ ଏହା ୧୮ ହଜାର ୫୦୦ କୋଟି ଟଙ୍କା ଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.