Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବଡ଼ ଋଣ ଘୋଟାଲା : କକ୍ସ ଆଣ୍ଡ କିଙ୍ଗ୍‌ସ ଠକିଛି ୧୨ଶହ କୋଟି, ୨ଟି ବ୍ୟାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ

10/08/2020 at 1:54 PM

ମୁମ୍ବାଇ ୧୦।୦୮: କକ୍ସ ଆଣ୍ଡ କିଙ୍ଗ୍‌ସ ଲିମିଟେଡ୍‌ ବିରୋଧରେ ଆସିଛି ୧,୨୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ । କୋଟାକ ମହିନ୍ଦ୍ରା ଓ ଏକ୍ସିସ୍‌ ବ୍ୟାଙ୍କ ଏହି ଟ୍ରାଭେଲ୍‌ କମ୍ପାନି ବିରୋଧରେ ୨ଟି ପୃଥକ୍‌ ଠକେଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଅପରପକ୍ଷରେ କକ୍ସ ଆଣ୍ଡ କିଙ୍ଗ୍‌ସର ନିର୍ଦ୍ଦେଶକ ତଥା ଗ୍ରୁପ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ପିଟର କେରକର୍‌ ଏହାକୁ ଏକ ନିୟମିତ ଯାଞ୍ଚ ବୋଲି ଅଭିହିତ କରିଛନ୍ତି । ପୂର୍ବରୁ କକ୍ସ ଆଣ୍ଡ କିଙ୍ଗ୍‌ସ ବିରୋଧରେ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ୨୩୯ କୋଟି ଟଙ୍କାର ଋଣ ଖିଲାପ ଅଭିଯୋଗ ଆଣିଥିଲା । ଏହି ଅଭିଯୋଗ ଆଧାରରେ କମ୍ପାନି ବିରୋଧରେ ପ୍ରାଥମିକ ତଦନ୍ତ ଚାଲିଛି । ଏବେ କୋଟାକ ମହିନ୍ଦ୍ରା ବ୍ୟାଙ୍କ କହିଛି ଯେ ୨୦୧୨ ପରଠାରୁ ଏହା କକ୍ସ ଆଣ୍ଡ କିଙ୍ଗ୍‌ସକୁ ଋଣ ସହାୟତା ଯୋଗାଇ ଆସୁଥିଲା ।

୨୦୧୯ ଜୁନ୍‌ ୨୪ ସୁଦ୍ଧା କମ୍ପାନି ଉପରେ ୧୭୪.୩ କୋଟି ଟଙ୍କା ବକେୟା ରହିଛି । ଅଭିଯୋଗ ମୁତାବକ, ଏହି ଟ୍ରାଭେଲ୍‌ କମ୍ପାନି ନିଜର ସହଯୋଗୀ ସଂସ୍ଥା ଓ ଅଫ୍‌ସୋର୍‌ କମ୍ପାନି ଜରିଆରେ ଅନେକ ଆର୍ଥିକ କାରବାର କରିଛି ଏବଂ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ଓ ସର୍ବସାଧାରଣ ନିବେଶକଙ୍କର ବହୁ ଅର୍ଥ ହଡ଼ପ କରିଛି । କକ୍ସ ଆଣ୍ଡ କିଙ୍ଗ୍‌ସ ଋଣ ପରିଶୋଧରେ ଖିଲାପ କରିବା ପରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏହାର ଯାଞ୍ଚ ପାଇଁ ପ୍ରାଇସ୍‌ୱାଟରହାଉସ୍‌କୁ ଫରେନ୍ସିକ୍‌ ଅଡିଟ୍‌ ଭାବେ ନିଯୁକ୍ତ କରିଛି । ପ୍ରାଇସ୍‌ୱାଟରହାଉସ୍‌ ଦେଇଥିବା ୨ଟି ଚିଠା ରିପୋର୍ଟରେ ଟ୍ରାଭେଲ୍‌ କମ୍ପାନିର ଅଧିକାରୀଙ୍କ ଦ୍ୱାରା ଅର୍ଥ ହେରଫେର ହୋଇଥିବା ସ୍ପଷ୍ଟ ହୋଇଛି ।

ପୁଲିସ୍‌ ସୂଚନା ମୁତାବକ, ପ୍ରଥମ ଚିଠା ରିପୋର୍ଟରେ ଦର୍ଶାଯାଇଛି ଯେ ୧୫ଟି ପାର୍ଟି ଜରିଆରେ ୪୪୯ କୋଟି ଟଙ୍କା ଗ୍ରହଣ ହୋଇଛି । ଏହି ସମସ୍ତ ପାର୍ଟିର ଗୋଟିଏ ଠିକଣା ରହିଥିବା ବେଳେ ଏସବୁକୁ କକ୍ସ ଆଣ୍ଡ କିଙ୍ଗ୍‌ସର ସିଷ୍ଟମରୁ ଗୋଟିଏ ଦିନରେ ହିଁ ତିଆରି କରାଯାଇଛି । ସେହିଭଳି ଉକ୍ତ ଠିକଣାରେ କୌଣସି ପାର୍ଟି ନ ଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଏକ୍ସିସ୍‌ ବ୍ୟାଙ୍କ ନିଜ ଅଭିଯୋଗରେ କହିଛି, କକ୍ସ ଆଣ୍ଡ କିଙ୍ଗ୍‌ସର କେତେକ ବରିଷ୍ଠ ଅଧିକାରୀ ଓ ସହଯୋଗୀ ସଂସ୍ଥା ବ୍ୟାଙ୍କ ନିକଟରୁ ୧,୦୩୦ କୋଟି ଟଙ୍କାର ଋଣ ନେଇଛନ୍ତି ଏବଂ ଏହାକୁ ପରିଶୋଧ କରୁନାହାନ୍ତି । ଉଭୟ ମାମଲାରେ ବର୍ତ୍ତମାନ ସୁଦ୍ଧା ଏଫ୍‌ଆଇଆର୍‌ ପଞ୍ଜୀକୃତ ହୋଇନାହିଁ ।

   Related Posts