Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧୋନୀଙ୍କ ଟିମ୍ ପାଇଁ ଆଉ ଏକ ଖରାପ ଖବର, ସିଏସକେ ଖେଳି ପାରିବ ନାହିଁ ଆଇପିଏଲ ଉଦ୍‌ଘାଟନୀ ମ୍ୟାଚ୍ !

29/08/2020 at 3:36 PM

ନୂଆଦିଲ୍ଲୀ ୨୯।୦୮: କରୋନା ଭାଇରସ୍‌ କାରଣରୁ ଆଇପିଏଲର ୧୩ତମ ସଂସ୍କରଣ ଚଳିତ ବର୍ଷ ୟୁଏଇରେ ହେବାକୁ ଯାଉଛି। ମାତ୍ର ଆଇପିଏଲ ଓ ଚେନ୍ନାଇ ସୁପରକିଙ୍ଗ୍ସ ଉଭୟଙ୍କ ପାଇଁ ସମସ୍ୟା ବଢି ବଢି ଯାଉଛି। ପ୍ରଥମେ ଦୀପକ ଚହର ସହିତ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରାୟ ୧୨ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁଣି ଦଳର ତାରକା ଖେଳାଳି ସୁରେଶ ରୈନା ବ୍ୟକ୍ତିଗତ କାରଣରୁ ଭାରତ ଫେରି ଆସିଛନ୍ତି। ଏବେ ସେ ଆଇପିଏଲର ଚଳିତ ସଂସ୍କରଣରେ ଖେଳିବେ ନାହିଁ।

ଏହା ପରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଉ ଏକ ଚିନ୍ତାଜନକ ଖବର ଆସିଛି। ସ୍ଥିତିକୁ ଦେଖିଲେ ଲାଗୁଛି ଦଳ ୧୩ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳି ପାରିବ ନାହିଁ। ଉଦ୍‌ଘାଟନୀ ମ୍ୟାଚ୍‌ ଚାରି ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ତିନି ଥରର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବାର ଅଛି।

ହେଲେ ସୂତ୍ର ଅନୁଯାୟୀ ବିସିସିଆଇ ସିଏସକେକୁ ନିଜ କ୍ୟାମ୍ପରେ ଚାଲିଥିବା ଏହି ଖରାପ ସମୟରୁ ବାହାରିବା ପାଇଁ ଆଉ କିଛି ସମୟ ଦେବାକୁ ଚାହୁଁଛି। ବିସିସିଆଇ ଆଇପିଏଲ କ୍ରୀଡାସୂଚୀରେ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇପାରେ। ସିଏସକେ ଟିମ୍‌କୁ ଏବେ ଆହୁରି ଛଅ ଦିନ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ। ସେ ପର୍ଯ୍ୟନ୍ତ ଦଳ ଅଭ୍ୟାସ୍‌ ବି କରି ପାରିବ ନାହିଁ। ଯେ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନ୍ ଅବଧି ଶେଷ ହୋଇ ନାହିଁ ଏବଂ ସମସ୍ତ ଖେଳାଳି କରୋନା ନେଗେଟିଭ୍  ନହୋଇଛନ୍ତି ସେ ପର୍ଯ୍ୟନ୍ତ ଦଳ ପଡିଆରୁ ଦୂରରେ ରହିବ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ସିଏସେକ ସଂପ୍ରତି ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍ ଖେଳିବା ସ୍ଥିତିରେ ନାହିଁ। ସିଏସକେକୁ ଏଥିରୁ ମୁକୁଳିବା ପାଇଁ ଆଉ କିଛି ସମୟ ଦିଆଯିବ। ଚେନ୍ନାଇ ସୁପରକିଙ୍ଗ୍ସ  ୟୁଏଇ ଯାତ୍ରା କରିବା ପୂର୍ବରୁ ଚେପକ୍‌ରେ ପାଞ୍ଚ ଦିନିଆ ଶିବିରର ଆୟୋଜନ କରିଥିଲା। ଏହା ପରେ ଟିମ୍‌ ୟୁଏଇ ଅଭିମୁଖେ ଉଡାଣ ଭରିଥିଲା। ୟୁଏଇ ପହଞ୍ଚିବା ପରଠୁ ପୂରା ଟିମ୍ ନିଜ ନିଜର କଠୋରୀରେ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି।

   Related Posts