ପ୍ରମୋଦ ସାହୁଙ୍କ ଆଉ ଏକ ଅଡିଓ କ୍ଲିପ୍ : ମହିଳା କର୍ମଚାରୀଙ୍କୁ ସ୍କୁଟି ଦେବାକୁ କହି କେମିତି ଫୁସୁଲାଉଛନ୍ତି ଶୁଣନ୍ତୁ…

Published By : Prameya-News7 Bureau | November 01, 2019 IST

କେନ୍ଦ୍ରାପଡା ୧।୧୧: କେନ୍ଦ୍ରାପଡା କ୍ରେଡିଟ୍ କୋଅପରେଟିଭ୍ ବ୍ୟାଙ୍କ ସଭାପତି ପ୍ରମୋଦ ସାହୁଙ୍କର ଆଉ ଏକ ଅଡିଓ ସାମ୍ନାକୁ ଆସିଛି । ରଙ୍ଗୀଲା ସଭାପତିଙ୍କ ଡାଏଲଗ୍ ହେଉଛି 'କମ୍ ଟୁ ମାଇଁ ଚାମ୍ବର'। ମୋବାଇଲ ଶିଖିବା ବାହାନାରେ ତାଙ୍କୁ ବାରମ୍ବାର ଚାମ୍ବରକୁ ଡାକୁଥିଲେ। ସ୍କୁଟି ଦେବାକୁ ବାରମ୍ବାର କହୁଥିଲେ । ପୀଡିତା ଜଣକ ମନା କରିବା ପରେ ବି ଫୋର୍ସ କରୁଥିଲେ । କହୁଥିଲେ ‘କିଛି ଅସୁବିଧା ନାହିଁ ମୋ ଗାଡି ଯିଏ ତମ ଗାଡି ସିଏ । ମୁଁ ଚାହୁଁଛି ତମର ଉନ୍ନତି ହେଉ । ତମେ ବାହା ହୋଇ କୁଆଡେ ପଳାଇବ ମୋ ମନ ଦୁଃଖ ହେବ ।’

ପୁଣି ଏତେ ସବୁ ପରେ କହୁଥିଲେ ଘରେ କହିବନି ପ୍ରେସିଡେଣ୍ଟ କହୁଥିଲେ ବୋଲି । ପ୍ରମୋଦ କହୁଥିଲେ, ତମେ ବାହା ହୋଇ ପଳେଇଲେ ମୋ ମନ ଦୁଃଖ ହେବ। ଆଶାଳୀନ ବ୍ୟବହାର ନେଇ ଏତେ ସବୁ ପ୍ରମାଣ ପୋଲିସ ହାତରେ ଥାଇ ମଧ୍ୟ କେନ୍ଦ୍ରାପଡା ପୋଲିସ କାହିଁକି ଚୁପ୍ ବସିଛି, ତାହାକୁ ନେଇ ଉଠିଛି ପ୍ରଶ୍ନ । ଶୁଣିବା ପ୍ରମୋଦ ସାହୁଙ୍କ ବିବାଦୀୟ ଅଡିଓ, କ’ଣ ସେ କହୁଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.