Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବେଙ୍ଗାଲୁରୁ: କସ୍ତୁରୀ ନଗରରେ ଭୂଷୁଡ଼ିଲା କୋଠା, ଅଳ୍ପକେ ବର୍ତ୍ତିଲେ ଅନ୍ତେବାସୀ, Video ଭାଇରାଲ

8/10/2021 at 2:47 PM

ବେଙ୍ଗାଲୁରୁ ୮।୧୦: କସ୍ତୁରୀନଗର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ଏକ ୩ ମହଲା କୋଠା ଭୂଷୁଡି ପଡିଛି। ଏହି ଆପାର୍ଟମେଣ୍ଟଟି ଡକ୍ଟର୍ସ ଲେଆଉଟ୍ ସେକେଣ୍ଡ କ୍ରସ୍‌ରେ ଥିଲା। ତେବେ ଏହି ଦୁର୍ଘଟଣାରେ କେହି ହତାହତ ହେବାର ସୂଚନା ନଥିଲେ ମଧ୍ୟ ଗତ ୨ ସପ୍ତାହରେ ବେଙ୍ଗାଲୁରୁ ସହରରେ ଏହା ତୃତୀୟ ଘଟଣା। ରିପୋର୍ଟ ଅନୁସାରେ ଏଏନ ବିଲ୍ଡର୍ସ (ପ୍ରପର୍ଟିଜ୍) ନିର୍ମିତ ‘ସନସାଇନ୍’ ଆପାର୍ଟମେଣ୍ଟ ଗୁରୁବାର ସକାଳୁ ଝୁକିବାରେ ଲାଗିଥିଲା, ଯାହା ମଧ୍ୟାହ୍ନ ବେଳକୁ ଧରାଶାୟୀ ହୋଇଯାଇଛି।

ଆପାର୍ଟମେଣ୍ଟ ଭୂଷୁଡିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଉତ୍ତୋଳନ କରିଥିବା ଭିଡିଓ ଖୁବ୍ ସେୟାର ହେବାରେ ଲାଗିଛି। ବିଲ୍ଡିଂଟି ଭୂଷୁଡୁଥିବା ବେଳେ ସ୍ଥାନୀୟ ଲୋକେ ଦଉଡାଧାପଡା ହେଉଥିବା ଦେଖା ଯାଇଛି। ବିଲ୍ଡିଂରେ ରହୁଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସକାଳେ ବିଲ୍ଡିଂ ଝୁକିବା ଦେଖି ଲୋକେ ନିଜନିଜର ଆସବାବପତ୍ର ଖାଲିକରି ଆଣିବାରେ ସଫଳ ହୋଇଛନ୍ତି।  ଆପାର୍ଟମେଣ୍ଟର ବାସିନ୍ଦାମାନେ ଘଟଣା ନେଇ ପୋଲିସରେ ଲିଖିତ ଏତଲା ରୁଜୁ କରିଛନ୍ତି।

ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ବିଲ୍ଟିଂରେ ମୋଟ ୮ଟି ଫ୍ଲାଟ୍ ଥିଲା। ଦୁର୍ଘଟଣା କାଳରେ ୩ଟି ଫ୍ଲାଟରେ ଲୋକେ ରହୁଥିଲେ। ବାକି ୫ଟି ଫ୍ଲାଟକୁ ଲୋକେ ଆସିନଥିବାରୁ ଖାଲିଥିଲା। ଗ୍ରାଉଣ୍ଡ ପ୍ଲସ୍‌ ୨ ମହଲା କୋଠା ନିର୍ମାଣ ଲାଗି ୨୦୧୨ ମସିହାରେ ବିଲ୍ଡର ଅନୁମତି ପ୍ରାପ୍ତ କରିଥିଲେ। ନଭେମ୍ବର ୨୦୧୪ ବେଳକୁ ଫ୍ଲାଟ୍‌ ବିକ୍ରି ଲାଗି ନିର୍ମିତ ହୋଇସାରିଥିଲା। ତେବେ ବିଲ୍ଟର ଏହି ଆପାର୍ଟମେଣ୍ଟରେ ଅବୈଧ ଭାବେ ଅନେକ ମହଲା ଯୋଡିଥିବାର ଲୋକେ ଅଭିଯୋଗ କରିଛନ୍ତି। ମାମଲାର ତଦନ୍ତ ଜାରି ରହିଛି।

ଗତ ସେପ୍ଟେମ୍ବର ୨୭ ତାରିଖ ଦିନ ଅଦୁଗୋଡ଼ି ଥାନା ଲକ୍ଷସାନ୍ଦ୍ରା ସୁବ୍ବାରାଜୁ ଲେଆଉଟ୍‌ରେ ଏକ ୭୦ ବର୍ଷ ପୁରୁଣା ୩ ମହଲା କୋଠା ଭୂଷୁଡି ପଡିଥିଲା। ଏଥିରେ ମେଟ୍ରୋ କର୍ମଚାରୀମାନେ ବସବାସ କରୁଥିଲେ। ଏଠାରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଅନ୍ତେବାସୀମାନେ ବଞ୍ଚିଯାଇଥିଲେ। ବିଲ୍ଟିଂରେ ଫାଟ ପଡିବାରୁ ଲୋକେ ଘର ଖାଲି କରିଦେଇଥିଲେ। ଏହାର ଦିନକ ପରେ ଡାୟରୀ ସର୍କଲ ନିକଟରେ ବେଙ୍ଗାଲୁରୁ ମିଲ୍କ ୟୁନିୟନ  ଲିମିଟେଡ (ବିଏଏମୟୁଏଲ)ର କର୍ମଚାରୀ ବସବାସ କରୁଥିବା ଗ୍ରାଉଣ୍ଡ ପ୍ଲସ୍ ଟୁ କ୍ୱାର୍ଟର ଭୂଷୁଡି ପଡିଥିଲା। ଏଥିରେ ବସବାସ କରୁଥିବା ୯ଟି ପରିବାର ଚମତ୍କାର ଭାବେ ଦଉଡି ପଳାଇ ଜୀବନ ବଞ୍ଚାଇଥିଲେ।

   Related Posts