Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଝରାଫୁଲ ଓ ରାକେଶଙ୍କ ପାଇଁ ହୋଟେଲ ବୁକ୍ କରିଥିବା ଅମରେଶ ରାଉତ ଗିରଫ, ଏବେ ବି ୩ୟ ଅଭିଯୁକ୍ତର ମିଳୁନି ପତ୍ତା

12/04/2021 at 5:47 PM

ଯାଜପୁର ୧୨।୪: ଯାଜପୁର ଜିଲ୍ଲା ମୂଳାପାଳଠାରେ ଘଟିଥିବା ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି କୁଆଖିଆ ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ଅମରେଶ ରାଉତ। ଅମରେଶ ହୋଟେଲ ବୁକ୍ କାର୍ଯ୍ୟରେ ସହଯୋଗ କରିବା ସହିତ ଝରାଫୁଲ ଥିବା ରୁମରେ କିଛି ସମୟ ବିତାଇଥିଲା । ହତ୍ୟାକାଣ୍ଡ ପରଠାରୁ ଅମରେଶ ଫେରାର ରହିଥିଲା ବୋଲି ଯାଜପୁର ଏସପିଙ୍କଠାରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୭ ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ରାସ୍ତା କଡରୁ ଉଦ୍ଧାର କରାଯାଇଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରି ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଝରାଫୁଲ ଶବକୁ ଭୁବନେଶ୍ବରର ଏକ ହୋଟେଲରୁ ଏକ ସ୍କୁଟି ଯୋଗେ ବୋହି ନେବାରେ ସହଯୋଗ କରିଥିବା ଶକ୍ତିଶେଖର ସ୍ବାଇଁ ଆଜିଯାଏଁ ଫେରାର ରହିଛନ୍ତି ।

   Related Posts