ମାଷ୍ଟରକ୍ୟାଣ୍ଟିନ ଗ୍ୟାଙ୍ଗୱାର ଘଟଣା : ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

Published By : Prameya-News7 Bureau | July 27, 2021 IST

ଭୁବନେଶ୍ବର ୨୭।୭: ମାଷ୍ଟରକ୍ୟାଣ୍ଟିନ ଗ୍ୟାଙ୍ଗୱାର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । କାଳିକା ବସ୍ତିରୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଉଭୟ ପକ୍ଷରୁ ଗ୍ୟାଙ୍ଗୱାରରେ ସମ୍ପୃକ୍ତ ୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ଏମାନଙ୍କୁ ଗିରଫ କରିବାକୁ ପୋଲିସ କମିଶନରଙ୍କୁ ସୁପାରିଶ କରିବ କ୍ୟାପିଟାଲ ଥାନା ପୋଲିସ । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ରାଜଧାନୀର ଛାତି ଉପରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା । ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଦୁଇ ଜଣଙ୍କୁ ହାଣିଥିଲେ ଦୁର୍ବୃତ୍ତ। ଘଟଣାରେ ୪ ଜଣ ଆହତ ହୋଇଛନ୍ତି ।  ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା ।  ଆହତଙ୍କୁ ୨ ଜଣ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି ହୋଇଥିବା ବେଳେ, ୨ ଜଣଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ ଗୁରୁତର ହେଲେ ସେକ୍ ରୁହଲାନି, ଶେଖ ସାହିଦ, ଏମାନେ ଖାରବେଳ ନଗର ମସଜିଦ କଲୋନୀର।  ଏମାନେ ସମସ୍ତେ କବାଡିଆ କାମ କରନ୍ତି । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା ।  ନିଶାଦ୍ରବ୍ୟ କାରବାରକୁ ନେଇ ଆକ୍ରମଣ ହୋଇଥିବା ପ୍ରାଥମିକ ସୂଚନା ମିଳିଥିଲା । ଏପର୍ଯ୍ୟନ୍ତ ଘଟଣାରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.