ମାହାଙ୍ଗା ଡବଲ୍ ମର୍ଡର ଘଟଣା : ଅଭିଯୁକ୍ତ ଭିକାରୀ ସ୍ବାଇଁକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | January 12, 2021 IST

ନିଶ୍ଚିନ୍ତକୋଇଲି ୧୨।୧: ମାହାଙ୍ଗା ଡବଲ୍ ମର୍ଡର ଘଟଣା‌କୁ ୧୦ ଦିନ ପୁରିଲା ପରେ ବନ୍ଧା ହେଲେ ଆଉ ଜଣେ ଅଭିଯୁକ୍ତ ଭିକାରୀ ସ୍ବାଇଁ । ଭିକାରୀ ସ୍ବାଇଁଙ୍କୁ ଗ୍ରାମାଞ୍ଚଳ ପୋଲିସ ରାଉରକେଲା ସେକ୍ଟର ୨୨ରୁ ସୋମବାର ଗିରଫ କରିଥିବା ସୂଚନା ମିଳିଛି । ମୃତକ ବିଜେପି ନେତା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କ ଲିଖିତ ଏତଲା ପରେ ମାହାଙ୍ଗା ପୋଲିସ ୧ ନମ୍ବର ତାଲିକାରେ ଥିଲେ ଅଭିଯୁକ୍ତ ଭିକାରୀ ସ୍ବାଇଁ । ଆଉ ପୋଲିସ ତନାଘନା କରୁଥିବା ବେଳେ ଠିକଣା ଓ ଜାଗା ବଦଳାଇ ବୁଲୁଥିଲା ଅଭିଯୁକ୍ତ । ଆଉ ପୋଲିସ ଅଭିଯୁକ୍ତ ଭିକାରୀର ଟେର୍ ପାଇ ପାରୁନଥିଲା ।

ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ରାଉରକେଲା ସେକ୍ଟର ୨୨ରେ ଏକ ଘରେ ଚଢ଼ାଉ କରି ଭିକାରୀକୁ ଗିରଫ କରିଥିଲା ‌। ଆଉ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଏପର୍ଯ୍ୟନ୍ତ ବନ୍ଧା ହେଲେଣି ୮ ଅଭିଯୁକ୍ତ । ମଙ୍ଗଳବାର ଭିକାରୀକୁ ମାହାଙ୍ଗା ପୋଲିସ, ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା ଓ କୋଭିଡ୍ ଟେଷ୍ଟ କରାଇ ସାଲେପୁର କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ଭିକାରୀ କୋର୍ଟ ଚାଲାଣ ବେଳେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ମୃତକ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ ମିଛ କେଶ୍ ରେ ଫସାଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ‌ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ କେବେ ଗିରଫ କରୁଛି ଗ୍ରାମାଞ୍ଚଳ ପୋଲିସ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.