Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ବର୍ତ୍ତମାନ ସୁଦ୍ଧା ବନ୍ଧା ହେଲେଣି ୮ ଅଭିଯୁକ୍ତ

12/01/2021 at 7:23 PM

ନିଶ୍ଚନ୍ତକୋଇଲି୧୨/୧:  ମହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ କଲା ପୋଲିସ। ଏହି ହତ୍ୟାକାଣ୍ଡ ୧୦ ବିତିଗଲାଣି। ଜଣେ ପରେ ଜଣେ ଗିରଫ ହେବାର ଲାଗିଛନ୍ତି।  ଗିରଫ ଅଭିଯୁକ୍ତ ଭିକାରୀ ସ୍ବାଇଁ। ରାଉରକେଲା ସେକ୍ଟର ୨୨ ରୁ ଗତକାଲି ଗ୍ରାମଞ୍ଚଳ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ମୃତ ବିଜେପି ନେତା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଏତଲାରେ ଭିକାରୀ ସ୍ବାଇଁର ନାଁ ଉଲ୍ଲେଖ କରିଥିଲେ।

ତେବେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ରାଉରକେଲା ସେକ୍ଟର ୨୨ ରେ ଏକ ଘରେ ଚଢ଼ାଉ କରି ଭିକାରୀକୁ ଗିରଫ କରିଥିଲା ‌। ଆଉ ମାହାଙ୍ଗା ଡବଲ୍ ମଡ଼ର୍ର ଘଟଣାରେ ଏପର୍ଯ୍ୟନ୍ତ ବନ୍ଧା ହେଲେଣି ୮ ଅଭିଯୁକ୍ତ। ମଙ୍ଗଳବାର ଭିକାରୀକୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା ଓ କୋଭିଡ୍ ଟେଷ୍ଟ କରାଇ ସାଲେପୁର କୋର୍ଟକୁ ଚାଲାଣା କରାଯାଇଛି। ଅଭିଯୁକ୍ତ ଭିକାରୀ କୋର୍ଟ ଚାଲାଣ ବେଳେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ମୃତକ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ମିଛ କେସ୍‌ରେ ଫସାଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ‌ତେବେ ଅନ୍ୟ ଅଭିଯୁକ୍ତ ମାନଙ୍କୁ କେବେ ଗିରଫ କରୁଛି ଗ୍ରାମାଞ୍ଚଳ ପୋଲିସ ତାହା ଉପରେ ରହିଛି ସମସ୍ତଙ୍କ ନଜର।

   Related Posts