ପୁଣି ଆଶ୍ରମ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ; ପ୍ରଧାନଶିକ୍ଷକଙ୍କୁ ବଦଳି, ମାଟ୍ରନ ବହିଷ୍କୃତ

Published By : Prameya-News7 Bureau | February 09, 2019 IST

ଉଦଳା ୯|୨:  ମୟୂରଭଞ୍ଜ ଜିଲ୍ଲା ଉଦଳାରେ ପୁଣି ଲଜ୍ଜା । ଉଦଳା ଆଶ୍ରମ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଏ ନେଇ ଆଶ୍ରମ ସ୍କୁଲ ଶିକ୍ଷକ ଥାନାରେ ଅଭିଯୋଗ କରିଛନ୍ତି । ବାରିପଦା ପିଆରଏମ ମେଡିକାଲ କଲେଜରେ ଛାତ୍ରୀଙ୍କ ଡାକ୍ତରୀମାଇନା କରିଛି ପୋଲିସ । ଉଦଳା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଛାତ୍ରୀ ଗର୍ଭବତୀ ଘଟଣା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ମହାପାତ୍ରଙ୍କୁ ବଦଳ କରାଯାଇଛି । ମାଟ୍ରନ ସୁବର୍ଣ୍ଣ ମଢେଇଙ୍କୁ ମଧ୍ୟ ବହିଷ୍କୃତ କରାଯାଇଛି ।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.