ବ୍ରିଟେନରେ ଗତ ୨୪ ଘଣ୍ଟାରେ ୮୮୮ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୫୦୦୦ ପାର

Published By : Prameya-News7 Bureau | April 18, 2020 IST

ଲଣ୍ଡନ ୧୮।୦୪:  କରୋନା ଭାଇରସରେ ଆମେରିକାରେ ସବୁଠୁ ଅଧିକ ପ୍ରଭାବିତ  ହୋଇଛି ୟୁରୋପୀୟ ଦେଶ। ଇଟାଲୀ, ସ୍ପେନ ପରେ ବ୍ରିଟେନରେ ମଧ୍ୟ କରୋନା ଜନିତ ସ୍ଥିତି ଦୟନୀୟ ରହିଛି। ସଂକ୍ରମିତ ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଶୁକ୍ରବାର ୮୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ୮୬୧ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ କୋଭିଡ୍-୧୯ରେ ମୃତକଙ୍କ ସଂଖ୍ୟା ବଢି ୧୫,୪୬୪ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଇଂଲଣ୍ଡରେ ୭୮୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ସ୍କଟଲାଣ୍ଡରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଓ୍ଵେଲ୍ସରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ସେହି ପରି ନଦର୍ଣ୍ଣ ଆୟରଲାଣ୍ଡରେ ୧୭ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଚାରୋଟି ଦେଶର ମୃତ୍ୟୁ ସଂଖା ମିଶାଇଲରେ ବ୍ରିଟେଟରେ ଗତ ଦିନରେ ୮୮୮ ଜଣଙ୍କ ପ୍ରାଣହାନୀ ଘଟିଛି।

DoH ଦ୍ଵାରା ଜାରି ସୂଚନା ଅନୁଯାୟୀ ବ୍ରିଟେନରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫,୪୬୪କୁ ବୃଦ୍ଧି ଘଟିଛି। ଏଥିରୁ ଇଂଲଣ୍ଡରେ ୧୩,୯୧୮, ସ୍କଟଲାଣ୍ଡରେ ୮୯୩, ଓ୍ଵେଲ୍ସରେ ୫୩୪ ଏବଂ ନଦର୍ଣ୍ଣ ଆୟରଲାଣ୍ଡରେ ୧୯୩  ଜଣଙ୍କ ମୃତ୍ୟୁ ଘଟିଛି।

ମହତ୍ଵପୂର୍ଣ୍ଣ କଥା ସମସ୍ତଙ୍କ ମୃତ୍ୟୁ ବିଟ୍ରେନରେ  ବିଭିନ୍ନ ହସ୍ପିଟାଲରେ ଘଟିଛି। କିନ୍ତୁ ଘରେ, ହୋମ କେୟାର, ଧର୍ମଶାଳା ଏବଂ ଅନ୍ୟ ସ୍ଥାନରେ ହେଉଥିବା ମୃତ୍ୟୁକୁ ଏ ଯାଏ ଗଣନା କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.