ଆସିଲା ଭଲ ଖବର, ରାଜ୍ୟରେ ଆଉ ୮୦ କରୋନା ସଂକ୍ରମିତ ହେଲେ ସୁସ୍ଥ

Published By : Prameya-News7 Bureau | June 02, 2020 IST

ଭୁବନେଶ୍ବର ୨।୬: ରାଜ୍ୟ ପାଇଁ ଆସିଲା ଭଲ ଖବର । ମଙ୍ଗଳବାର ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ସଂକ୍ରମିତ । ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ବଢି ବଢି ଚାଲିଛି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୧୩୨୫ ଜଣ ସୁସ୍ଥ ହୋଇସାରିଲେଣି ।

ସୁସ୍ଥ ହୋଇଥିବା ୮୦ ଜଣଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ୧୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୬ ଜଣ, ମାଲକାନଗିରି ଜିଲ୍ଲାରୁ ୧୬ ଜଣ, କଟକ ଜିଲ୍ଲାରୁ ୭ ଜଣ, ନୟାଗଡ ଜିଲ୍ଲା ଜିଲ୍ଲାରୁ ୩ ଜଣ, ସୋନପୁର ଜିଲ୍ଲାରେ ୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, କନ୍ଧମାଳ ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, ବଳାଙ୍ଗୀର ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ଜଣେ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ରହିଛନ୍ତି ରହିଛନ୍ତି ।

wp:html /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୧୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୭ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.