କଟକରେ ପୁଣି ୮ ପୋଲିସ କର୍ମଚାରୀ କରୋନା ପଜିଟିଭ୍

Published By : Prameya-News7 Bureau | August 20, 2020 IST

କଟକ ୨୦।୮: ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେହିଭଳି କଟକରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କମିଶନରେଟ୍ ପୋଲିସକୁ ଏବେ କରୋନା ଚିନ୍ତା ଘାରିଛି ।

କଟକ କମିଶନରେଟ୍ ପୋଲିସରେ ପୁଣି ୮ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରେ ମୋଟ୍ ୪୨ ପୋଲିସ କର୍ମଚାରୀ ପଜିଟିଭ୍ ହୋଇଥିବା ଜଣାପଡିଛି । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କର୍ମଚାରୀ କମିଶନରେଟ୍ ପୋଲିସର ବିଭିନ୍ନ ବାଟାଲିୟନର ବୋଲି କଟକ ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ସହରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୪୬୯ରେ ପହଞ୍ଚିଥିବା ବେଳେ ୧୩୨୦ଟି ଆକ୍ଟିଭ୍ କେସ୍ ରହିଛି । ୩୧୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ୧୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.