Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୌଦ୍ବାର ଜେଲ୍‌ରୁ ପୁଣି ୮ କରୋନା ପଜିଟିଭ୍ ଚିହ୍ନଟ: ମୋଟ୍ ଆକ୍ରାନ୍ତ ସଂଖ୍ୟା ୯ ରେ ପହଁଞ୍ଚିଲା

9/07/2020 at 9:26 PM

କଟକ୯/୭: ଚୌଦ୍ବାର ଜେଲରୁ ପୁଣି ୮ କରୋନା ପଜିଟିଭ୍ ଚିହ୍ନଟ।ନୂଆ ଆଠ ସଂକ୍ରମିତଙ୍କ ମଧ୍ୟରେ ୬ ଜଣ ଅନ୍ତେବାସୀ ଏବଂ ୨ ଜଣ ଜେଲ କର୍ମଚାରୀ ଥିବା ସୂଚନା ମିଳିଛି।ଏହି ୮ ସଂକ୍ରମିତଙ୍କୁ ମିଶାଇ ଚୌଦ୍ବାର ଜେଲରେ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ହୋଇଥିବା ପଜିଟିଭ୍ ମାନେ ଜେଲ୍ ପରିସରରେ କ୍ବାରେଣ୍ଟାଇନ୍‌ରେ ଥିଲେ। ସେପଟେ ସାଲେପୁରରୁ ଆଜି ସାର୍ବାଧିକ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେହିପରି ନିଆଳୀରୁ ୬ ଜଣ ଏବଂ ନିଶ୍ଚିନ୍ତକୋଇଲିରୁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଵିଭାଗ ସୂତ୍ରରୁ ସୂଚନା ମିଳିଛି।

   Related Posts