Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆଜି ୧୦ ହଜାର ତଳକୁ ଖସିଲା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ୭୫୬୪ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

11/05/2021 at 9:25 PM

ଭୁବନେଶ୍ଵର ୧୧।୦୫: ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ। ଗତ କିଛି ଦିନ ପରେ ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିଛି। ତଥାପି ସଂକ୍ରମଣ ଥମିବାର ନାଁ ନେଉନାହିଁ। ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭୫୬୪ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪, ୬୫, ୧୩୩କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ମଙ୍ଗଳବାର ଏହାର ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୯୧ ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ୭୩୨ ଏବଂ ପୁରୀରୁ ୫୨୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି କଟକରୁ ୪୭୦,  ସମ୍ବଲପୁରରୁ ୪୪୦, ଝାରସୁଗୁଡାରୁ ୪୦୩, ବରଗଡରୁ ୩୮୨, ନବରଙ୍ଗପୁରରୁ ୩୫୬, ବଲାଙ୍ଗୀରରୁ ୨୮୯, ଗଞ୍ଜାମରୁ ୨୬୧, ନୂଆପଡାରୁ ୨୫୯, କଳାହାଣ୍ଡିରୁ ୧୭୩, ନୟାଗଡରୁ ୧୫୬, କଳାହାଣ୍ଡିରୁ ୧୭୩, ନୟାଗଡରୁ ୧୫୬, ଢେଙ୍କାନାଳରୁ ୧୪୬, ଭଦ୍ରକରୁ ୧୪୨, ମୟୂରଭଞ୍ଜରୁ ୧୩୪, ଗଜପତିରୁ ୧୨୮, ଯାଜପୁରରୁ ୧୨୭, ସୋନପୁରରୁ ୧୨୧, ଅନୁଗୋଳରୁ ୧୦୮, ଜଗତସିଂହପୁରରୁ ୧୦୫, ବାଲେଶ୍ଵରରୁ ୧୦୦, କୋରାପୁଟରୁ ୯୮, କେନ୍ଦ୍ରାପଡାରୁ ୮୭, ଦେବଗଡରୁ ୭୧, କନ୍ଧମାଳରୁ ୬୪, କେନ୍ଦୁଝରରୁ ୫୮, ମାଲକାନଗିରିରୁ ୫୫, ବୌଦ୍ଧରୁ ୨୬ ଓ ରାୟଗଡାରୁ ୧୭ ସୁସ୍ଥ ହୋଇ  ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ  ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୫୩୪  ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୨୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସେହିପରି ୧୮ଜଣଙ୍କ ମୃତ୍ୟୁ ସହ କରୋନାଜନିତ ମୃତ ସଂଖ୍ୟା ୨୨୧୫କୁ ବୃଦ୍ଧି ଘଟିଛି।

   Related Posts