ରାଜ୍ୟରେ ସୁସ୍ଥ ହେଲେ ଆଉ ୬୪୮୮ ଜଣ ଆକ୍ରାନ୍ତ, ଏବେ ବି ଚିନ୍ତାଜନକ ରହିଛି ସଂକ୍ରମଣ ବୃଦ୍ଧି

Published By : Prameya-News7 Bureau | May 03, 2021 IST

ଭୁବନେଶ୍ବର ୦୩/୦୫ : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୬୪୮୮ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪ ଲକ୍ଷ୍ୟ ୪ ହଜାର ୬୩ରେ ପହଞ୍ଚିଛି । ଏ ନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

wp:embed {"url":"https://twitter.com/HFWOdisha/status/1389218572044439552","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1389218572044439552
/wp:embed wp:embed {"url":"https://twitter.com/HFWOdisha/status/1389218576817557504","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1389218576817557504
/wp:embed

ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୯୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୧୫୩୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୮୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୮୩୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏଥି ମଧ୍ୟରୁ ୭୧୮୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୦୪୦୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୨୨୭୩୨୧ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.