ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୬୨୪୦ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୮୫୨ ଡିସଚାର୍ଜ

Published By : Prameya-News7 Bureau | June 17, 2021 IST

ଭୁବନେଶ୍ବର ୧୭/ ୦୬ : ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨୪୦ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୮ ଲକ୍ଷ ୨୩ ହଜାର ୫୯୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୫୨ ଜଣ ରହିଛନ୍ତି ।

wp:embed {"url":"https://twitter.com/HFWOdisha/status/1405503227345309698","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1405503227345309698
/wp:embed wp:embed {"url":"https://twitter.com/HFWOdisha/status/1405503231912931332","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1405503231912931332
/wp:embed

ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୬୬୯୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୬୯ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୫୬୨ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ୪୫୮୦୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮ ଲକ୍ଷ ୨୩ ହଜାର ୫୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୮୯୯୮୫୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.