ଗଞ୍ଜାମ ଜିଲ୍ଲାରୁ ୫୮ କରୋନା ଆକ୍ରାନ୍ତ ଚିହ୍ନଟ, ଏଥିରୁ ୧୮ଜଣ କରୋନା ଯୋଦ୍ଧା

Published By : Prameya-News7 Bureau | June 27, 2020 IST

ବ୍ରହ୍ମପୁର ୨୭।୬: ଗଞ୍ଜାମ ଜିଲ୍ଲାରେ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ଏ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଟ୍ବିଟ୍ ମୁତାବିକ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ମୋଟ୍ ୧୧୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୬ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ୮୧୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ୩୭୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି ।

ଚିହ୍ନଟ ହୋଥିବା ୫୮ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ କରୋନା ଯୋଦ୍ଧା ଥିବାବେଳେ ଜଣେ ପ୍ରବାସୀ ଓ ୩୯ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ୧୮ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରୁ ରଙ୍ଗେଇଲୁଣ୍ଡାରୁ ୭ ଜଣ, ଶେରଗଡ଼ରୁ ଓ ଆକ୍ସାରୁ ୨ ଜଣ ଲେଖାଏଁ, ବ୍ରହ୍ମପୁର ମହାନଗର ଅଞ୍ଚଳରୁ ଜଣେ, ସାନଖେମୁଣ୍ଡି, କୁକୁଡାଖଣ୍ଡି, ପୋଲସରା, ବୁଗୁଡା, ଭଞ୍ଜନଗର, ପୁରୁଷୋତ୍ତମପୁର ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁରଷୋତ୍ତମପୁର ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ସୁରଟ ଫେରନ୍ତା ।

ସେହିପରି ୩୯ ଜଣ ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ବେଙ୍ଗୁଲିପଡାରୁ ୧୦ ଜଣ, ବିଏମସି ଅଞ୍ଚଳରୁ ୫ ଜଣ, ପୋଲସରାରୁ ୫ ଜଣ, ହିଞ୍ଜିଳିରୁ ୪ ଜଣ, ଶେରଗଡ ଓ କବିସୂର୍ଯ୍ୟନଗରରୁ ୩ ଜଣ ଲେଖାଏଁ, ଖଲ୍ଲିକୋଟ, କୁକୁଡାଖଣ୍ଡି, ଛତ୍ରପୁର, ବୁଗୁଡା, ରଙ୍ଗେଇଲୁଣ୍ଡା ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.