କଟକରେ ଆଉ ୫୬ କରୋନା ସଂକ୍ରମିତ ଚିହ୍ନଟ, ୮୩୩ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | July 29, 2020 IST

କଟକ ୨୯।୭: ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କଟକ ସହରରୁ ଆଉ ୫୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୬ ସଂକ୍ରମିତଙ୍କ ମଧ୍ୟରୁ ୪୭ ଜଣ ହୋମ୍ କ୍ବାରେଣ୍ଟାଇନ୍ ରେ ଥିବା ବେଳେ ୭ ଜଣ ଆନୁଷ୍ଠାନିକ କ୍ବାରେଣ୍ଟାଇନ୍ ରେ ରହିଥିଲେ । ଅନ୍ୟ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ସଂକ୍ରମିତ ହୋଇଛନ୍ତି ।

ହୋମ୍ କ୍ବାରେଣ୍ଟାଇନ୍ ରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ପୁରୁଣା ରାଉସପାଟଣାରୁ ଅଞ୍ଚଳରୁ ୭ଜଣ, କେଶରପୁର ଅଞ୍ଚଳରୁ ଜଣେ, କଂସେଇ ଗଳି ଅଞ୍ଚଳରୁ ଜଣେ, ବାଦାମବାଡି ଅଞ୍ଚଳରୁ ଜଣେ, ସୂତାହାଟ ଅଞ୍ଚଳରୁ ଜଣେ, କଟକ ଖ୍ରୀଷ୍ଟିଆନ ସାହିରୁ ୨୫ ଜଣ ରହିଛନ୍ତି ।

ସେହିଭଳି ଆନୁଷ୍ଠାନିକ କ୍ବାରେଣ୍ଟାଇନ୍ ରେ ଥିବା ୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ଏସସିବି ମେଡିକାଲ ଆଇସୋଲେସନ ଓ୍ବାର୍ଡର ରୋଗୀ ଏବଂ ଆଟେଣ୍ଡାଣ୍ଟ ରହିଛନ୍ତି ।

ଲୋକାଲ କଣ୍ଟାକ୍ଟ କେସ୍ ରେ ଜଣେ ଟାଉନ ହଲ୍ ଜୁବୁଲି ଟାଓ୍ବାର ଏବଂ ଅନ୍ୟ ଜଣେ ମାଲଗୋଦାମ ବେହେରାସାହିର ରହିଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ସହରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩ରେ ପହଞ୍ଚିଛି । ସେଥିମଧ୍ୟରୁ ଆକ୍ଟିଭ କେସ୍ ୫୦୨ ଥିବାବେଳେ ୧୦ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ମୋଟ୍ ୩୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.