ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୫୩ କରୋନା ଆକ୍ରାନ୍ତ

Published By : Prameya-News7 Bureau | May 24, 2020 IST

ଭୁବନେଶ୍ୱର ୨୪।୫: ରାଜ୍ୟ ପାଇଁ ଖୁସି ଖବର । ଆଉ ୫୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୫୫୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୦ ଜଣ ରହିଛନ୍ତି । ସେହିପରି ଯାଜପୁର ଜିଲ୍ଲାରୁ ୧୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଏବଂ କେନ୍ଦୁଝର ଜିଲ୍ଲାରୁ ୨ ଜଣ ରହିଛନ୍ତି । ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

wp:html /wp:html

ଅନ୍ୟପଟେ ରବିବାର ରାଜ୍ୟରେ ୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗଞ୍ଜାମ ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୧୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୨ ଜଣ, ନୟାଗଡ ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଅନୁଗୋଳ ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ ଏବଂ ନୂଆପଡା ଜିଲ୍ଲାରୁ ଜଣେ ରହିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୭୭୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.