Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କଳାହାଣ୍ଡିରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ, ଅର୍କାବାହାଲୀ ପଡା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍

3/07/2020 at 9:22 AM

କଳାହାଣ୍ଡି ୩।୭: କଳାହାଣ୍ଡି ଜିଲ୍ଲାରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ୪ ମହିଳା ଓ ଜଣେ ପୁରୁଷ ଅନ୍ତର୍ଭୁକ୍ତ ଅଛନ୍ତି । ଆକ୍ରାନ୍ତ ୫ ଜଣ ଭବାନୀପାଟଣା ୧୦ ନମ୍ବର ଓ୍ବାର୍ଡ ଅର୍କାବାହାଲି ପଡାର ବାସିନ୍ଦା ଅଟନ୍ତି ।

ଗତ ୨୭ ତାରିଖ ଅର୍କାବାହାଲି ପଡାର ୫୮ ବର୍ଷ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ପରେ ୧୭୪ ଜଣ ବ୍ୟକ୍ତିଙ୍କ ସ୍ବାବ୍ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୫ ଜଣ ଆକ୍ରାନ୍ତ ଜଣାପଡିଥିବା ବେଳେ ବର୍ତ୍ତମାନ ବି ୨୭୪ ସ୍ବାବ୍ ଟେଷ୍ଟ ରିପୋର୍ଟ ଅପେକ୍ଷା କରାଯାଇଛି ।

ଅର୍କାବାହାଲୀ ପଡାକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବା ବେଳେ ୩ କି.ମି. ପରିଧିକୁ ବଫର ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ ଏହି ୫ ଆକ୍ରାନ୍ତ ଚିହ୍ନଟ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ ପହଞ୍ଚିଛି । ପୂର୍ବରୁ ୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts