Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ୧୫୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

29/07/2020 at 11:35 AM

ଭୁବନେଶ୍ୱର ୨୯।୭: ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ମୃତ୍ୟୁ ହୋଇଥିବା ୫ ସଂକ୍ରମିତ ଯଥାକ୍ରମେ ବାଲେଶ୍ବର, ପୁରୀ, ଗଞ୍ଜାମ, ଫୁଲବାଣୀ ଏବଂ ମାଲକାନଗିରି ଜିଲ୍ଲାର । ବାଲେଶ୍ବର ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ପୁରୀ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା । ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଫୁଲବାଣୀ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ଆଲକୋହଲିକ୍ ଯକୃତ ରୋଗ, ଜଣ୍ଡିସ୍ ଏବଂ ହେପାଟିକ୍ ଏନସେଫାଲୋପାଥିରେ ମଧ୍ୟ ପୀଡିତ ଥିଲେ । ମାଲକାନଗିରି ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।

ସେହିଭଳି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ଅନ୍ୟ କାରଣ ଯୋଗୁଁ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ କରୋନାଜନିତ ନୁହେଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।  ଭଦ୍ରକ ଜିଲ୍ଲାର ଦୁଇ ବର୍ଷର କୋଭିଡ୍ ପଜିଟିଭ୍ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଯିଏ ଜନ୍ମଗତ ହୃଦ୍‌ରୋଗରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୧୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୯୨୦ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ୧୮୦୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୫୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୪୮୭୩୧୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । 

   Related Posts