ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୨୧ କରୋନା ଆକ୍ରାନ୍ତ, ସୁନ୍ଦରଗଡରୁ ସର୍ବାଧିକ ଡିସ୍‌ଚାର୍ଜ

Published By : Prameya-News7 Bureau | April 28, 2021 IST

ଭୁବନେଶ୍ବର ୨୭/୦୪ : ରାଜ୍ୟରେ ବୁଧବାର ସୁସ୍ଥ ହୋଇଛନ୍ତି ଆଉ ୪୫୨୧ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୩ ଲକ୍ଷ ୭୫ ହଜାର ୭୨୧ ଜଣ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁନ୍ଦରଗଡରୁ ସର୍ବାଧିକ ୭୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

wp:embed {"url":"https://twitter.com/HFWOdisha/status/1387377092795387905","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1387377092795387905
/wp:embed wp:embed {"url":"https://twitter.com/HFWOdisha/status/1387377096855416839","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1387377096855416839
/wp:embed

ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୩୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୫୧୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୮୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୬୦୫ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏଥି ମଧ୍ୟରୁ ୫୫୨୪୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୭୫୭୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୯୯୭୧୪୦ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.