ରାଉରକେଲା ସ୍ବତନ୍ତ୍ର ଜେଲ୍‌ରୁ ବାହାରିଲେ ଆଉ ୪୫ କୋଭିଡ୍ ପଜିଟିଭ୍

Published By : Prameya-News7 Bureau | August 11, 2020 IST

ରାଉରକେଲା ୧୧।୮: ରାଉରକେଲା ସ୍ବତନ୍ତ୍ର କାରାଗାରରୁ ୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣ ଜେଲ୍ ଅନ୍ତେବାସୀ ଥିବାବେଳେ ୩ ଜଣ ଜେଲ୍ କର୍ମଚାରୀ ରହିଛନ୍ତି । ସୋମବାର ଜେଲ୍ ଅନ୍ତେବାସୀଙ୍କ ସହ ଜେଲ୍ କର୍ମଚାରୀଙ୍କୁ ମିଶାଇ ୬୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ଜେଲ୍ ପରିସରକୁ ସାନିଟାଇଜ୍ କରାଯାଇଛି । ଏ ନେଇ ଜେଲର ନିରାକାର ପାଢୀ ସୂଚନା ଦେଇଛନ୍ତି ।

{"id":312961,"sizeSlug":"large"}

ପୂର୍ବରୁ ଜେଲ୍‌ର ୧୭ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିଲେ । କରୋନା ଚିହ୍ନଟ ହେବାପରେ ଜେଲ୍‌ରେ ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସଂକ୍ରମିତଙ୍କୁ ରାଉରକେଲା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଜେଲ୍‌ର ବିଭିନ୍ନ ୱାର୍ଡର ବିଶୋଧନ ମଧ୍ୟ କରାଯାଇଥିଲା ।

{"id":312963,"sizeSlug":"large"}

ତେବେ ଜେଲ୍‌ର ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜେଲ୍ ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି । ସୁନ୍ଦରଗଡ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୫୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୯ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି ।

{"id":312964,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୮୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୪୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୦୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୬୯୨୩୦୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.