Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଭୀମସାର ବୁର୍ଲାରେ ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ: ଏମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର-ନର୍ସ

14/07/2020 at 5:16 PM

ସମ୍ବଲପୁର୧୪/୭: ଭୀମସାର ବୁର୍ଲାରେ ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ | ଭୀମସାର   କ୍ୟାନସର ଓ୍ବାର୍ଡରେ ଏହି ୪ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି | ତେବେ ଏହି ୪ ଜଣ ମଧ୍ଯରେ ୨ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣେ ଡାକ୍ତର ଓ ଜଣେ ନର୍ସ ରହିଛନ୍ତି | ତେବେ ରୋଗୀ ଦୁଇଜଣ ଗତକାଲି ରାତିରୁ ଚିହ୍ନଟ ହେବା ପରେ ତାଙ୍କୁ ନିଜସ୍ବ ଜିଲ୍ଲାର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସେପଟେ ଡାକ୍ତର ଓ ନର୍ସ ଆଜି ଚିହ୍ନଟ ହେବା ପରେ ତାଙ୍କୁ ମଧ୍ଯ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସେପଟେ କ୍ଯାନସର ଓ୍ବାର୍ଡରେ ରୋଗୀ ଭର୍ତି ହୋଇଥିବାରୁ କର୍ତ୍ତୃପକ୍ଷ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି | ସେପଟେ କଣ୍ଟକ୍ଟ ଟ୍ରେସିଂ ଆଧାରରେ ଆଗକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି | ସେପଟେ ୪ ଜଣ ଚିହ୍ନଟ ପରେ ମଧ୍ଯ କ୍ଯାନସର ଓ୍ବାର୍ଡ ସାମ୍ନାରେ ରୋଗୀଙ୍କ ଲମ୍ବା ଲାଇନ ସଚେତନ ନାଗରିକଙ୍କୁ ଚିନ୍ତାରେ ପକାଇଛି |

   Related Posts