ଅନୁଗୋଳରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ: ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୦ ଛୁଇଁଲା

Published By : Prameya-News7 Bureau | June 11, 2020 IST

ଅନୁଗୋଳ୧୧/୬: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଏକ ଅସ୍ଥାୟୀ କ୍ୟାମ୍ପରୁ ଆଜି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ତାମିଲନାଡୁ ଫେରନ୍ତା । ସେମାନଙ୍କ ବୟସ ୨୦ ବର୍ଷ , ୨୧ ବର୍ଷ , ୨୩ ବର୍ଷ , ୨୫ ବର୍ଷ ୩୬ ବର୍ଷ ଓ ୪୪ ବର୍ଷ । ଏମାନେ ସମସ୍ତେ ଚଳିତ ମାସ ୭ ତାରିଖରୁ ଆସି ସଙ୍ଗରୋଧରେ ଥିଲେ । ସେମାନଙ୍କ ନମୁନା ପରୀକ୍ଷା ପରେ ପଜିଟିଭ ଜଣା ପଡିବା ପରେ ସେମାନଙ୍କୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଆଜିର ଏହି ୬ ପଜିଟିଭକୁ ମିଶାଇଲେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.