Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୋଭିଡ୍ ପଜିଟିଭ୍ ହେଲେ କରୋନା ଯୋଦ୍ଧା, ଗଞ୍ଜାମ ଜିଲ୍ଲାରେ ଆଉ ୪ ସଂକ୍ରମିତ ଚିହ୍ନଟ

14/06/2020 at 9:06 AM

ବ୍ରହ୍ମପୁର ୧୪।୬: ଗଞ୍ଜାମ ଜିଲ୍ଲାରେ ୪ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ କରୋନା ଯୋଦ୍ଧା ରହିଛନ୍ତି । ଚିକିଟିର ୨ ଜଣ ଓ ଶେରଗଡର ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ଟ୍ବିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସେହିଭଳି ସାନଖେମୁଣ୍ଡିର ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଶନିବାର ୨୨ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରେ ମାତ୍ର ୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ଅନ୍ୟ ୨୦ଜଣ ସ୍ଥାନୀୟ । ସଂକ୍ରମିତଙ୍କ ମଧ୍ୟରେ ୧୧ ଜଣ କରୋନା ଯୋଦ୍ଧା ରହିଥିଲେ । ଛତ୍ରପୁର ପୋଲିସ ଏସଡିପିଓ ଏବଂ ଛତ୍ରପୁର ଥାନା ଆଇଆଇସି ସଂକ୍ରମିତ ହୋଇଥିଲେ । ଶନିବାର ୧୧ ଜଣ କରୋନା ଯୋଦ୍ଧା ଏବଂ ଅନ୍ୟ ୯ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭଙ୍କ ସଂସ୍ପର୍ଶରେ ଆସିବାରୁ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ଛତ୍ରପୁରରୁ ୪ ଜଣ, ପାତ୍ରପୁରରୁ ୨ ଜଣ, ଚିକିଟିରୁ ଜଣେ ଓ ଭଞ୍ଜନଗରରୁ ଜଣେ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ୨୦ ଜଣ କରୋନା ଯୋଦ୍ଧା ଓ ସ୍ଥାନୀୟ ବାସିନ୍ଦା ପଜିଟିଭ୍‌ ହୋଇଥିବାରୁ ଏବେ ଏହା ଚିନ୍ତାଜନକ ହୋଇଛି ।  ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ସେ ଉପରେ ମଧ୍ୟ ନଜର ରଖିଛି ଜିଲ୍ଲା ପ୍ରଶାସନ ।

   Related Posts