ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୦ କରୋନା ଆକ୍ରାନ୍ତ, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୮୨ ସଂକ୍ରମିତ

Published By : Prameya-News7 Bureau | April 09, 2021 IST

ଭୁବନେଶ୍ବର ୦୯/୦୪ : ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩୧୦ ଜଣ ସଂକ୍ରମିତ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୩ ଲକ୍ଷ ୩୯ ହଜାର ୨୦୦ ଜଣ ସୁସ୍ଥ ହୋଇସାରିଲେଣି ।

ଗୁରୁବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଡାରୁ ସର୍ବାଧିକ ୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ସୁନ୍ଦରଗଡରୁ ୩୮, ଖୋର୍ଦ୍ଧା ୨୬, ମୟୂରଭଞ୍ଜ ୧୯, ବରଗଡ ଓ ଗଞ୍ଜାମରୁ ୧୮, କଟକଓ ସମ୍ବଲପୁରରୁ ୧୭, ଝାରସୁଗୁଡା ୧୫, କଳାହାଣ୍ଡି ୧୩, ବଲାଙ୍ଗିର ୧୦, ଅନୁଗୁଳ ୯, ଯାଜପୁର ୭, ବାଲେଶ୍ବର, ପୁରୀ, କୋରାପୁଟ ଓ ରାୟଗଡାରୁ ୬, ସୋନପୁର ୪, ଭଦ୍ରକ, ନବରଙ୍ଗପୁର, ନୟାଗଡରୁ ୩, ଜଗତସିଂପୁର ଓ କେନ୍ଦ୍ରପଡାରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟ୍‌ ପୋଲରୁ ୪ ଜଣ ସୁସ୍ଥ ହୋଇଛନ୍ତି ।   

ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୬୮୦୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୬୮୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯୪୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୮୮୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୩୦୪୭୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.