Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଅବକାରୀ କର୍ମଚାରୀଙ୍କୁ ମାଡ ଘଟଣା : ଆଉ ୩ ଜଣ ଗିରଫ

15/10/2020 at 12:45 PM

ଭଦ୍ରକ ୧୫।୧୦: ଅବକାରୀ କର୍ମଚାରୀଙ୍କୁ ମାଡ଼ ଘଟଣା ପୁଣି ଗିରଫ ହେଲେ ୩ ଜଣ । ଗିରଫ କଲା ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ । ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ,  ଭଦ୍ରକ ଜିଲ୍ଲା ମିର୍ଜାପୁର ଅଞ୍ଚଳରେ ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀ ବେଆଇନ ମଦ ତିଆରି ଓ ବିକ୍ରି କରାଯାଉଥିବା ନେଇ ଚଢ଼ାଉ କରିଥିଲେ । ଗାଁରୁ ଦେଶୀ ମଦ ସହ ଦୁଇ ଜଣ ଆସାମୀଙ୍କୁ ଧରିଥିଲେ । ଏହି ସମୟରେ ମଦ ମାଫିଆମାନେ ସଙ୍ଗବଦ୍ଧ ଭାବେ ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀଙ୍କୁ ଢେଲା ପଥର ମାଡ଼ କରିଥିଲେ । ପରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜବତ ମଦ ଓ ଆସାମୀଙ୍କୁ ଛଡାଇ ନେଇଥିଲେ ।

ମଦ ମାଫିଆଙ୍କ ମାଡ଼ରେ ଇନ୍ସପେକ୍ଟରଙ୍କ ସହ ୭ ଜଣଙ୍କୁ ଉଦ୍ଧାର କରିଥିଲା ପୁରୁଣାବଜାର ପୋଲିସ । ପରେ ୭ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ । ପରେ ଏ ନେଇ ଏତଲା ଦେଇଥିଲେ ଅବକାରୀ ଇନ୍ସପେକ୍ଟର । ପୁରୁଣାବଜାର ପୋଲିସ ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିଲା । ପୁଣି ବିଳମ୍ବିତ ରାତିରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରାଯାଇଛି ।

   Related Posts