ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୨୪ କରୋନା ଆକ୍ରାନ୍ତ, କଟକରୁ ସର୍ବାଧିକ ଡିସଚାର୍ଜ

Published By : Prameya-News7 Bureau | July 11, 2021 IST

ଭୁବନେଶ୍ବର ୧୧/୦୭ : ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୨୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୧୨ହଜାର ୪୬୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୩୯୮ ଜଣ ରହିଛନ୍ତି ।

wp:embed {"url":"https://twitter.com/HFWOdisha/status/1414228277661601796","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1414228277661601796
/wp:embed wp:embed {"url":"https://twitter.com/HFWOdisha/status/1414228280039776258","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1414228280039776258
/wp:embed

ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩୯୭୫୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୧୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୯୬୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ୨୫୪୬୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୧୨ହଜାର ୪୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪୫୬୮୪୮୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.