ବଢୁଛି ଭୟ : ରାଜଧାନୀର ବସ୍ତିରେ କାୟା ମେଲାଉଛି କରୋନା, ଗୋଟିଏ ଦିନରେ ୨୫ରୁ ୨୩ ସ୍ଥାନୀୟ ସଂକ୍ରମିତ
29/06/2020 at 2:30 PM

ଭୁବନେଶ୍ବର ୨୯।୦୬: ରାଜଧାନୀରୁ ଆଜି ଆଉ ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୨୫ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଛି । ଏଥିମଧ୍ୟରୁ ୧୭୪ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୩୫ଟି ଆକ୍ଟିଭ୍ କେସ୍ ରହିଛି । ଚିହ୍ନଟ ହୋଇଥିବା ୨୫ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୩ ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ସେହିପରି ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 29th Jun 2020(till 9am).
— BMC (@bmcbbsr) June 29, 2020
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/RCQIud2HHK
ଚିହ୍ନଟ ହୋଇଥିବା ୨୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ହୋମ୍ କ୍ବାରେଣ୍ଟାଇନ୍ ରେ ରହିଥିଲେ । ସେମାନଙ୍କ ମଧ୍ୟରେ କୋଲକାତାରୁ ଫେରିଥିବା ଜଣେ ୨୮ ବର୍ଷୀୟ ମହିଳା ରହିଛନ୍ତି । ସେହିପରି ଆଉ ଜଣେ ରେଳ କର୍ମଚାରୀ ଦିଲ୍ଲାରୁ ଫେରି ହୋମ କ୍ୱାରେଣ୍ଟାଇନ୍ ରହିଥିଲେ, ଏବଂ ତାଙ୍କ ବୟସ ୪୪ବର୍ଷ ହେବ ବୋଲି ଜଣାପଡିଛି । ସେହିପରି ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ମଞ୍ଚେଶ୍ବର ଅଞ୍ଚଳରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ବୟସ ଯଥାକ୍ରମେ ୨୨, ୨୬,୨୮,୨୩,୪୫ ହୋଇଥିବା ସୂଚନା ମିଳିଛି।
ସେହିପରି ସାମନ୍ତାପୁର ଅଞ୍ଚଳରୁ ୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ କ୍ୱାରେଣ୍ଟାଇନ୍ ସେଣ୍ଟର କର୍ମଚାରୀ ବୋଲି ଜଣାଯାଇଛି। ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାସପୋର୍ଟ ଅଫିସ ନିକଟ ବାଲିତୋଟା ସାହି ବସ୍ତିରୁ ୪ଜଣ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ୨୨ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଘରୋଇ ହସ୍ପିଟାଲର ଜଣେ ୨୨ ବର୍ଷିୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଅଶୋକ ନଗର ଅଞ୍ଚଳରୁ ଜଣେ ୬୦ ବର୍ଷିୟ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନିଳାଦ୍ରି ବିହାର ଅଞ୍ଚଳରୁ ୫୬ ବର୍ଷିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାରୀ ଡାକ୍ତରଖାନା ୩୭ ବର୍ଷିୟ ପୁରୁଷ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ନୟାପଲ୍ଲୀ ଏମ୍-୩ ପାର୍କ ଅଞ୍ଚଳରୁ ଜଣେ ୪୨ ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।