ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୨୪ କରୋନା ସଂକ୍ରମିତ, ୩୬୯କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | July 03, 2020 IST

ଭୁବନେଶ୍ବର ୩।୭: ରାଜଧାନୀରୁ ଆଉ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୨୪ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬୯ରେ ପହଞ୍ଚିଛି । ଏଥିମଧ୍ୟରୁ ୨୧୬ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୪୮ଟି ଆକ୍ଟିଭ୍ କେସ୍ ରହିଛି । ଚିହ୍ନଟ ହୋଇଥିବା ୨୪ ସଂକ୍ରମିତଙ୍କ ମଧ୍ୟରୁ ୨୦ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪ ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ସେହିପରି ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଚିହ୍ନଟ ହୋଇଥିବା ୨୪ ସଂକ୍ରମିତଙ୍କ ମଧ୍ୟରୁ ଏୟାରପୋର୍ଟ କଲୋନୀ ଅଞ୍ଚଳରୁ ଜଣେ ପୁରୁଷ, ଖଣ୍ଡଗିରି କୋଳଥିଆ ଅଞ୍ଚଳରୁ ଜଣେ ପୁରୁଷ, ସାଲିଆସାହି ଶ୍ରୀକ୍ରିଷ୍ଣା ନଗର ଅଞ୍ଚଳରୁ ୨ ଜଣ ପୁରୁଷ, କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଦୁଇ ଜଣ ୩ ଜଣ ପୁରୁଷ, ଶୈଳଶ୍ରୀ ବିହାର ଅଞ୍ଚଳ ଜଣେ ଯୁବତୀ, ବରମୁଣ୍ଡା ହାଉସିଂବୋର୍ଡ କଲୋନୀରୁ ଜଣେ ମହିଳା, ମଞ୍ଚେଶ୍ବର ଅଞ୍ଚଳରୁ ୯ଜଣ ପୁରୁଷ, ନୟାପଲ୍ଲୀ ଅଞ୍ଚଳରୁ ଜଣେ ପୁରୁଷ ଏବଂ ରେଳ ବିଭାଗର ଜଣେ ପୁରୁଷ କର୍ମଚାରୀ ରହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.