Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୫ ଆକ୍ରାନ୍ତ, କିନ୍ତୁ ଉପର ମୁହାଁ କରୋନା ଗ୍ରାଫ୍‌

3/04/2021 at 6:03 PM

ଭୁବନେଶ୍ବର ୦୩/୦୪ : ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨୦୫ ଜଣ ସଂକ୍ରମିତ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୩ ଲକ୍ଷ ୩୭ ହଜାର ୬୩୫ ଜଣ ସୁସ୍ଥ ହୋଇସାରିଲେଣି ।

ଶନିବାର ସୁସ୍ଥ ହୋଇଥିବା ୨୦୫ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୨୭, ନୂଆପଡା ୨୩, କଟକ ୧୯, ବଲାଙ୍ଗିର ୧୫, ବରଗଡ ୧୩, ବାଲେଶ୍ବର ୧୧, ଢେଙ୍କାନାଳ ଓ ସମ୍ବଲପୁରରୁ ୧୦, ଗଞ୍ଜାମ ୭, ଅନୁଗୁଳ ୬, ମୟୂରଭଞ୍ଜ ଓ ପୁରୀରୁ ୫, ଯାଜପୁର ୪, କଳାହାଣ୍ଡି, କୋରାପୁଟ ଓ ନୟାଗଡରୁ ୨ ଜଣ ଲେଖାଏଁ, ଜଗତସିଂପୁର, କନ୍ଧମାଳ, କେନ୍ଦ୍ରାପଡା, ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟ୍‌ ପୋଲରୁ ୭ ଜଣ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୨୨୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

   Related Posts