ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

Published By : Prameya-News7 Bureau | July 02, 2020 IST

ଭୁବନେଶ୍ବର ୨।୭: ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ତେବେ ମୃତକ ୨ ଜଣ ଗଞ୍ଜାମ ଜିଲ୍ଲା ଏବଂ ଅନୁଗୋଳ ଜିଲ୍ଲାର ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ସେହିପରି ଅନୁଗୋଳ ଜିଲ୍ଲାରୁ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରେ ୪, ଖୋର୍ଦ୍ଧା ଜିଲ୍ଲାରେ ୫, ପୁରୀ ଜିଲ୍ଲାରୁ ଜଣେ, ବରଗଡ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି ।

{"id":294675,"sizeSlug":"large"}

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ୨ ମୃତକ ଗଞ୍ଜାମ ଏବଂ ଅନୁଗୋଳ ଜିଲ୍ଲାର ବୋଲି ଜଣାପଡିଛି । ସେମାନଙ୍କ ବୟସ ଯଥାକ୍ରମେ ୪୯ ବର୍ଷ ଓ ୫୭ ବର୍ଷ ବୋଲି ସୂଚନା ରହିଛି । ଦୁଇ ମୃତକ ପୁରୁଷ ବୋଲି ଜଣାପଡିଛି ।

wp:html /wp:html wp:core-embed/wordpress {"url":"http://www.prameyanews7.com/corona-case-rises-to-7545-in-odisha/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/corona-case-rises-to-7545-in-odisha/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.