ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୯ କରୋନା ସଂକ୍ରମିତ, ୪୩୩କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା
5/07/2020 at 1:09 PM

ଭୁବନେଶ୍ୱର, ୦୪|୦୭: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୪୬୯ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ସେହିପରି ରବିବାର ଦିନ ରାଜଧାନୀ ଭୁବନେଶ୍ୱରରୁ ଆଉ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୨ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ସେହିପରି ୨୩ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୩ରେ ପହଁଚିଛି । ଏହା ମଧ୍ୟରୁ ୨୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ଜଣ ପ୍ରାଣ ହରାଉଛନ୍ତି । ୧୬୫ଟି ସକ୍ରିୟ କେସ୍ ରହିଛି ।
Update on newly detected & cured #COVID19 cases in the last 24 hrs under the BMC area on 5th July 2020(till 9am).
— BMC (@bmcbbsr) July 5, 2020
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/PbxYLIaJlr
ଚିହ୍ନଟ ହୋଇଥିବା ୧୯ ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୨ଜଣ କରୋନା ଯୋଦ୍ଧା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । କ୍ବାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଥିବା ୯ଜଣ ସକ୍ରମିତଙ୍କ ମଧ୍ୟରୁ ନୂଆଗାଁ ଅଞ୍ଚଳରୁ ୨ଜଣ, ଘରୋଇ ହସ୍ପିଟାଲରୁ ୨ଜଣ, ଅନ୍ୟ ଏକ ଡାକ୍ତରଖାନାରୁ ୨ଜଣ, କେନ୍ଦ୍ରୀୟ ସରକାରୀ ହସ୍ପିଟାଲରୁ ଜଣେ, ପାହଳ ପୋଲିସ ଷ୍ଟେସନ୍ ନିକଟରୁ ଜଣେ ଓ ବରମୁଣ୍ଡା ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଘାଟିକିଆରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼, ଝାରପଡ଼ା, ଭରତପୁରରୁ ୟୁନିଟ୍-୫, ପଳାସପଲ୍ଲୀ ଓ ସୁନ୍ଦରପଦାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସରକାରୀ ଅଫିସରୁ ୨ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛି।