ଭୁବନେଶ୍ବର ୩୦/୦୭ : ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୫୪ ହଜାର ୯୨୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଜଣ ରହିଛନ୍ତି ।
wp:embed {"url":"https://twitter.com/HFWOdisha/status/1421112247653310480","type":"rich","providerNameSlug":"twitter","responsive":true,"className":""} /wp:embed wp:embed {"url":"https://twitter.com/HFWOdisha/status/1421112253793722370","type":"rich","providerNameSlug":"twitter","responsive":true,"className":""} /wp:embedପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୫୬୯୦ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୦୪ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୬୫୪ ଜଣ ଲୋକାଲ୍ କେସ୍ ରହିଛନ୍ତି । ୧୬୭୧୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୫୪ ହଜାର ୯୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୫୯୫୦୪୪୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।