Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଡରାଉଛି ଦୈନିକ ମୃତ୍ୟୁ, ସେପଟେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୬୪୧ ଆକ୍ରାନ୍ତ

6/11/2020 at 8:07 PM

ଭୁବନେଶ୍ଵର ୦୬।୧୧: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ସ୍ଥିର ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଶ୍ଵସ୍ତିକର କଥା ସଂପ୍ରତି ଯେତିକି ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାଠୁ ଅଧିକ ସୁସ୍ଥ  ହୋଇ ଘରକୁ ଫେରୁଛନ୍ତି। ତେଣୁ ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬୪୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨, ୮୫, ୧୭୪ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ମୟୂରଭଞ୍ଜରୁ ୧୪୯, ଜଗତସିଂହପୁରରୁ ୧୨୨, କଟକରୁ ୧୦୯, ଅନୁଗୁଳରୁ ୮୪, ସୁନ୍ଦରଗଡରୁ ୮୩, ବଲାଙ୍ଗୀରରୁ ୭୮, ବାଲେଶ୍ଵରରୁ ୭୬, କେନ୍ଦ୍ରାପଡାରୁ ୬୩, କେନ୍ଦୁଝରରୁ ୫୬, ମାଲକାନଗିରିରୁ ୫୪, କୋରାପୁଟରୁ ୫୧, କଳାହାଣ୍ଡିରୁ ୪୮, ନୂଆପଡାରୁ ୪୮ ଜଣ  କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ପୁରୀରୁ ୪୭, ନବରଙ୍ଗପୁରରୁ ୪୨, ବରଗଡରୁ ୩୯, ନୟାଗଡରୁ ୩୩, ଢେଙ୍କାନାଳରୁ ୩୨, ଝାରସୁଗୁଡାରୁ ୩୨, ସମ୍ଵଲପୁରରୁ ୨୯, ଭଦ୍ରକରୁ ୨୫, ଯାଜପୁରରୁ ୨୨, ସୋନପୁରରୁ ୧୮, ବୌଦ୍ଧରୁ ୧୭, ଦେବଗଡରୁ ୧୩, କନ୍ଧମାଳରୁ ୧୨, ରାୟଗଡାରୁ ୮ ଓ ଗଜପତିରୁ ୪ ଜଣ କରୋନା ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୯୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୯୮, ୭୬୮କୁ ବୃଦ୍ଧି ଘଟିଛି। ଅନ୍ୟପଟେ ଦୈନିକ ମୃତ୍ୟୁ ସଂଖ୍ୟା ସଭିଙ୍କୁ ଡରାଉଛି। ଆଜି ଆଉ ୧୫ ଜଣ କରୋନାରେ ଆଖି ବୁଜିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୯୩କୁ ବୃଦ୍ଧି ଘଟିଛି।

   Related Posts