Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୬ କରୋନା ସଂକ୍ରମିତ, ୧୨୨ ଛୁଇଁଲା ଆକ୍ରାନ୍ତ‌ଙ୍କ ସଂଖ୍ୟା

14/06/2020 at 12:57 PM

ଭୁବନେଶ୍ବର ୧୪।୬: ରାଜଧାନୀରୁ ଆଉ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୪ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଏଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୫୮ଟି ଆକ୍ଟିଭ୍ କେସ୍ ରହିଛି ।

ବିଏମସି ପକ୍ଷରୁ କରାଯାଇଥିବା ଟ୍ବିଟ୍ ରେ ଦର୍ଶାଯାଇଛି ଯେ, ୧୬ ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ହୋମ୍ କ୍ବାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ଲୋକ ସଂକ୍ରମିତ ହୋଇଛନ୍ତି । ପଟିଆ ସ୍ଥିତ ଶ୍ରୀବିହାରରୁ ଗୋଟିଏ ପରିବାରର ୩ ଜଣ ସଂକ୍ରମିତ ହୋଇଛନ୍ତି । ସେମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରେ ୩୧ ବର୍ଷ ଏବଂ ୬୫ ବର୍ଷ ବୟସ୍କ ଦୁଇ ଜଣ ପୁରୁଷ ଥିବାବେଳେ ୫୮ ବର୍ଷ ବୟସ୍କା ଜଣେ ମହିଳା ରହିଛନ୍ତି ।

ସେହିପରି ଜୟଦେବ ବିହାର ସ୍ଥିତ ବିଜୁ ପଟ୍ଟନାୟକ କଲେଜ ଅଞ୍ଚଳର ଗୋଟିଏ ପରିବାରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭୧ ବର୍ଷ ବୟସ୍କା ଜଣେ ମହିଳା ଏବଂ ୭୨ ବର୍ଷ ବୟସ୍କା ଜଣେ ମହିଳା ରହିଛନ୍ତି । ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ୟୁଏସଏ ରହିଛି । ୟୁନିଟ୍ ୪ ସ୍ଥିତ ଶାସ୍ତ୍ରି ନଗରର ଗୋଟିଏ ପରିବାରର ଦୁଇ ଜଣ ପୁରୁଷ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୭୫ ଏବଂ ୪୦ ବର୍ଷ । ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି କୋଲକତା ରହିଛି ।

ସେହିପରି ଡୁମୁଡୁମା ଫେଜ୍ ୧ ଅଞ୍ଚଳର ୨୨ ବର୍ଷ ବୟସ୍କ ଜଣେ ଯୁବକ ସଂକ୍ରମିତ ହୋଇଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ପୁନେ ରହିଛି । କଳିଙ୍ଗ ବିହାର ସ୍ଥିତ ଶୈଳବାଳା ଏନକ୍ଲେଭ ଅଞ୍ଚଳର ୩୪ ବର୍ଷ ବୟସ୍କ ଜଣେ ସଂକ୍ରମିତ ହୋଇଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଓମାନ ରହିଛି । ସତ୍ୟନଗର ଓଭରବ୍ରିଜ ନିକଟ ଅଞ୍ଚଳରୁ ଜଣେ ୩୩ ବର୍ଷ ବୟସ୍କ ଯୁବକ ସଂକ୍ରମିତ ହୋଇଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି ।

ସେହିପରି ନୟାପଲ୍ଲୀ ସ୍ଥିତ ଶବର ସାହିର ୫୪ ବର୍ଷ ବୟସ୍କ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଚେନ୍ନାଇ ରହିଛି । ରସୁଲଗଡ ନେତାଜୀ ବିହାରର ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଗୁରଗାଓଁ ରହିଛି । ଯଦୁପୁର ସ୍ଥିତ ବେଗୁନିଆ ମସଜିଦ୍ ଅଞ୍ଚଳର ୩୧ ବର୍ଷ ବୟସ୍କ ଜଣେ ଯୁବକ ସଂକ୍ରମିତ ହୋଇଛନ୍ତି । ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ୟୁନିଟ୍ ୩ ସ୍ଥିତ ମସଜିଦ୍ କଲୋନୀର ୬୦ ବର୍ଷ ବୟସ୍କା ଜଣେ ମହିଳା ସଂକ୍ରମିତ ହୋଇଛନ୍ତି । ତାଙ୍କର ଜଣେ ସଂପର୍କୀୟ କୋଲକାତାରୁ ଫେରିଥିଲେ ।

ସେହିପରି ପଳାଶୁଣୀ ସ୍ଥିତ କପିଳେଶ୍ବର ବିହାରର ଜଣେ ୨୫ ବର୍ଷ ବୟସ୍କ ଯୁବକ ସଂକ୍ରମିତ ହୋଇଛନ୍ତି । ସେ ନିକଟରେ ଭଦ୍ରକରୁ ଫେରିଥିଲେ । ଭୁବନେଶ୍ଵରର ଏକ ପ୍ରାଇଭେଟ୍ ହସ୍ପିଟାଲର ସର୍ଭିସ୍ ପ୍ରୋଭାଇଡର ସଂକ୍ରମିତ ହୋଇଛନ୍ତି । ତାଙ୍କ ବୟସ ୩୨ ବର୍ଷ ।

   Related Posts