Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୩ କରୋନା ସଂକ୍ରମିତ, ୩୪୫କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

2/07/2020 at 1:42 PM

ଭୁବନେଶ୍ବର ୦୨।୦୭: ରାଜଧାନୀରୁ ଆଉ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୩ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଛି । ଏଥିମଧ୍ୟରୁ ୨୦୧ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୩୯ ଟି ଆକ୍ଟିଭ୍ କେସ୍ ରହିଛି । ଚିହ୍ନଟ ହୋଇଥିବା ୧୨ ସଂକ୍ରମିତଙ୍କ ମଧ୍ୟରୁ ୮ଜଣ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫ ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ସେହିପରି ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ୧୩ ସଂକ୍ରମିତଙ୍କ ମଧ୍ୟରୁ ୮ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଖଣ୍ଡଗିରି ସାରଦାପଲ୍ଲୀ ବସ୍ତି ୨୧ ବର୍ଷୀୟ ଯୁବତୀ ସଂକ୍ରମିତ ହୋଇଛନ୍ତି। ତାଙ୍କର ଟ୍ରଭେଲ ହିଷ୍ଟ୍ରି ଯାଜପୁର ଥିବା ସୂଚନା ଦିଆଯାଇଛି। ସେହିଭଳି ପୁରୁଣା ଟାଉନ୍‌ ଭିମଟାଙ୍ଗୀ ରୋଡ୍ ଅଞ୍ଚଳରୁ ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସାଲିଆ ସାହି ଅଞ୍ଚଳରୁ ୫୫ ବର୍ଷୀୟ ବୃଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ରେଲଓ୍ବେର କର୍ମଚାରୀ ଅଟନ୍ତ। ସେହିଭଳି ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ ୫୭ ବର୍ଷୀୟା ବୃଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ପରିବାରର ଜଣେ ସଦସ୍ୟ କିଛି ଦିନ ପୂର୍ବରୁ ଆସାମରୁ ଫେରିଥିବା ସୂଚନା ଦିଆଯାଇଛି। ସେପରି ଜୟଦେବ ବିହାର ନୀଳଚକ୍ର ନଗର ଅଞ୍ଚଳରୁ ୧୮ ବର୍ଷୀୟ ଯୁବତୀ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

ତେବେ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିବା ୮ଜଣ ସଂକ୍ରମିତଙ୍କ ମଧ୍ୟରୁ ଟଙ୍କପାଣି ରୋଡ୍ ରାଜାରାଣୀ ମନ୍ଦିର ନିକଟରୁ ୨ଜଣ ପୁରୁଷ ଓ ଜଣେ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ଯଥାକ୍ରମେ ୨୪ ଓ ୩୨ ବର୍ଷୀୟ ପୁରୁଷ ହୋଇଥିବା ବେଳେ ୨୮ ବର୍ଷିୟ ମହିଳା ଆକ୍ରାନ୍ତ ରହିଛନ୍ତି। ସଂପୃକ୍ତ ଆକ୍ରାନ୍ତ ମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଟଙ୍କପାଣି ବିଜୟଲକ୍ଷ୍ମୀ କଲୋନୀରୁ ଜଣେ ୪୪ ବର୍ଷୀୟ ପୁରୁଷ ଓ ୩୦ ବର୍ଷୀୟ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାମନ୍ତାପୁର ନୂଆଗାଁ ଅଞ୍ଚଳରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୦ ଓ ୩୨ ବୟସ ଅଟେ। ସେ ନିକଟରେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ୟୁନିଟ୍-୧ ହାଇସ୍କୁଲ ଅଞ୍ଚଳରୁ ଜଣେ ୨୫ ବର୍ଷୀୟ ଯୁବକ ପଜିଟିଭ ହୋଇଥିବା ବେଳେ ସେ କିଛି ଦିନ ପୂର୍ବରୁ ବାଙ୍ଗାଲୁରୁ ଫେରିଥିବା ସୂଚନା ମିଳିଛି।

ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲର ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୫ ମହିଳା ଆକ୍ରାନ୍ତ ଥିବା ବେଳେ ୩ ଜଣ ପୁରୁଷ ଆକ୍ରାନ୍ତ ରହିଛନ୍ତିି। ସେହିଭଳି କଳିଙ୍ଗଷ୍ଟୁଡିଓ ଭରତପୁର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତିି।

   Related Posts