Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୨ କରୋନା ସଂକ୍ରମିତ, ୩୩୨କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

1/07/2020 at 2:10 PM

ଭୁବନେଶ୍ବର ୧।୭: ରାଜଧାନୀରୁ ଆଉ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୨ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି । ଏଥିମଧ୍ୟରୁ ୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୩୫ଟି ଆକ୍ଟିଭ୍ କେସ୍ ରହିଛି । ଚିହ୍ନଟ ହୋଇଥିବା ୧୨ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୮ ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ସେହିପରି ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ହୋମ୍ କ୍ବାରେଣ୍ଟାଇନ୍ ରେ ଥିବା ୪ ସଂକ୍ରମିତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଟଙ୍କପାଣି ରୋଡ୍ ଚିଲି ପୋଖରୀ ଅଞ୍ଚଳର । ସେମାନଙ୍କ ବୟସ ଯଥାକ୍ରମେ ୨୬ ବର୍ଷ ଏବଂ ୧୭ ବର୍ଷ । ଉଭୟ ପଶ୍ଚିମବଙ୍ଗରୁ ଫେରିଥିଲେ । ଅନ୍ୟ ଜଣେ ୨୬ ବର୍ଷ ବୟସ୍କ ପୁରୁଷ ଶୈଳଶ୍ରୀ ବିହାର ଅଞ୍ଚଳର । ସେ ବେଙ୍ଗାଲୁରୁରୁ ଫେରିଥିଲେ । ଅନ୍ୟ ଜଣେ ୨୫ ବର୍ଷ ବୟସ୍କ ପୁରୁଷ ଖଣ୍ଡଗିରି ତୃପ୍ତି ରେସିଡେନ୍ସ ନିକଟ ଅଞ୍ଚଳର । ସେ ପୁନେରୁ ଫେରିଥିଲେ ।

ସେହିପରି ସଂକ୍ରମିତ ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରୁ ଡୁମୁଡୁମା ରଘୁନାଥନଗର ବସ୍ତି ଅଞ୍ଚଳର ୩୦ ବର୍ଷ ବୟସ୍କ ମହିଳା ଏବଂ ୩୫ ବର୍ଷ ବୟସ୍କ ପୁରୁଷ, ଡୁମୁଡୁମା ସୁଖ ବିହାର ବସ୍ତି ଅଞ୍ଚଳର ୩୪ ବର୍ଷ ବୟସ୍କ ପୁରୁଷ, ଶ୍ରୀରାମନଗର ଅଞ୍ଚଳର ୩୫ ବର୍ଷ ବୟସ୍କ ମହିଳା, ଏକ ଘରୋଇ ହସ୍ପିଟାଲର ୩୩ ବର୍ଷ ବୟସ୍କ ପୁରୁଷ, ନୀଳାଦ୍ରିବିହାର ସେକ୍ଟର ୨ ଅଞ୍ଚଳର ୫୩ ବର୍ଷ ବୟସ୍କ ପୁରୁଷ, ଜାଗମରା କ୍ରିଷ୍ଣା ଗାର୍ଡେନ ଅଞ୍ଚଳର ୩୪ ବର୍ଷ ବୟସ୍କ ପୁରୁଷ, ୟୁନିଟ୍ ୨ ଅଞ୍ଚଳର ୩୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି ।

   Related Posts