ରାଜ୍ୟରେ କୋଭିଡରୁ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ପାର୍‌, ଶନିବାର ଖୋର୍ଦ୍ଧାରୁ ସର୍ବାଧିକ ୩୧୬୬ଜଣ ଡିସଚାର୍ଜ

Published By : Prameya-News7 Bureau | January 22, 2022 IST

ଭୁବନେଶ୍ବର ୨୨/୦୧ : ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ୍‌ ସଂକ୍ରମଣ ଗ୍ରାଫ୍‌ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଇଛି। ଶନିବାର ରାଜ୍ୟରେ ୧୦ ହଜାର ପାର୍‌ କରିଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ୧୧୩୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୧ ଲକ୍ଷ ୧୦ ହଜାର ୭୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୬୬ ଜଣ ରହିଥିବା ବେଳେ ସୁନ୍ଦରଗଡରୁ ୨୧୩୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସୁସ୍ଥ ହାର ଏକ ହଜାର ତଳେ ରହିଛି ।

wp:embed {"url":"https://twitter.com/HFWOdisha/status/1484868323238375424?cxt=HHwWgMDTje73p5spAAAA","type":"rich","providerNameSlug":"twitter","responsive":true}
https://twitter.com/HFWOdisha/status/1484868323238375424?cxt=HHwWgMDTje73p5spAAAA
/wp:embed wp:embed {"url":"https://twitter.com/HFWOdisha/status/1484868326988083200","type":"rich","providerNameSlug":"twitter","responsive":true}
https://twitter.com/HFWOdisha/status/1484868326988083200
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.