ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୧ କରୋନା ସଂକ୍ରମିତ, ୧୯୬ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | June 22, 2020 IST

ଭୁବନେଶ୍ବର ୨୨।୬: ରାଜଧାନୀରୁ ଆଉ ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୧ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି । ଏଥିମଧ୍ୟରୁ ୯୩ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯୯ଟି ଆକ୍ଟିଭ୍ କେସ୍ ରହିଛି । ଚିହ୍ନଟ ହୋଇଥିବା ସମସ୍ତ ୧୧ ସଂକ୍ରମିତ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିଲେ ।

୧୧ ସଂକ୍ରମିତଙ୍କ ମଧ୍ୟରୁ ମଞ୍ଚେଶ୍ବର ଅଞ୍ଚଳରୁ ୬ ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୩୩ ବର୍ଷ, ୪୦ ବର୍ଷ, ୫୫ ବର୍ଷ, ୩୦ ବର୍ଷ, ୨୧ ବର୍ଷ ଏବଂ ୨୨ ବର୍ଷ । ସମସ୍ତଙ୍କ ଘର ଉତ୍ତରପ୍ରଦେଶରେ । ସେମାନେ ମଞ୍ଚେଶ୍ବର ଅଞ୍ଚଳରେ ରହି କାମ କରୁଥିଲେ । ଜୁନ୍ ୧୦ ତାରିଖରେ ସେମାନେ ଦିଲ୍ଲୀରୁ ଫେରିଥିଲେ । ଏହି ଅଞ୍ଚଳରୁ ଅନ୍ୟ ଜଣେ ୨୭ ବର୍ଷ ବୟସ୍କ ପୁରୁଷ ରହିଛନ୍ତି । ସେ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ବେଳେ ଗତ ୧୧ ତାରିଖରେ ଫେରିଥିଲେ । ସେହିଭଳି ବାଣୀବିହାର ଅଞ୍ଚଳରୁ ଅନ୍ୟ ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତି ରହିଛନ୍ତି । ସେ ମଧ୍ୟ ପଶ୍ଚିମବଙ୍ଗ ଅଞ୍ଚଳର । ସେ ଗତ ୧୧ ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିଲେ । ସେହିଭଳି ୩ ଜଣ ରେଳ ବିଭାଗର କର୍ମଚାରୀ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୬୦ ବର୍ଷ, ୨୮ ବର୍ଷ, ୩୮ ବର୍ଷ । ସେମାନେ ଦିଲ୍ଲୀରୁ ଫେରିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.