ରାଜ୍ୟରେ ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ

Published By : Prameya-News7 Bureau | January 26, 2022 IST

ଭୁବନେଶ୍ବର ୨୬/୦୧ : ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ୍‌ ସଂକ୍ରମଣ ଗ୍ରାଫ୍‌ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ବୁଧବାର ରାଜ୍ୟରେ ପୁଣି ୧୦ ହଜାର ପାର୍‌ କରିଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ୧୦ ହଜାର ୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୧ ଲକ୍ଷ ୫୨ ହଜାର ୨୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ରହିଥିବା ବେଳେ ସୁନ୍ଦରଗଡରୁ ୧୫୦୨ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସୁସ୍ଥ ହାର ଏକ ହଜାର ତଳେ ରହିଛି ।

wp:embed {"url":"https://twitter.com/HFWOdisha/status/1486347899026145280","type":"rich","providerNameSlug":"twitter","responsive":true}
https://twitter.com/HFWOdisha/status/1486347899026145280
/wp:embed wp:embed {"url":"https://twitter.com/HFWOdisha/status/1486347903862214661","type":"rich","providerNameSlug":"twitter","responsive":true}
https://twitter.com/HFWOdisha/status/1486347903862214661
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.