କରୋନାକୁ ପରାସ୍ତ କଲେ ଆଉ ୧୦,୦୩୬ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧ ସୁସ୍ଥ

Published By : Prameya-News7 Bureau | May 19, 2021 IST

ଭୁବନେଶ୍ୱର ୧୯/୫:  ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୦୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼  ୮୧୪ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। କଟକରୁ ମଧ୍ୟ ୭୧୮ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ଏହା ସହ ଅନୁଗୁଳରୁ ୫୧୦, ବରଗଡ଼ରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁର ୪୦୭, ଗଞ୍ଜାମ ୩୬୬, ନବରଙ୍ଗପୁର ୩୫୬, ପୁରୀ ୩୫୧, ବଲାଙ୍ଗୀର ୩୪୨, ଝାରସୁଗୁଡ଼ା ୩୩୪, ସମ୍ବଲପୁର ୩୦୦, ଭଦ୍ରକ ୨୫୦, ନୟାଗଡ଼ ୨୪୫, ଢେଙ୍କାନାଳ ୨୩୬, ବାଲେଶ୍ୱର ୨୩୦, ବୌଦ୍ଧ ୨୧୮, ନୂଆପଡ଼ା ୨୦୨, ରାୟଗଡ଼ା ୧୯୯, କେଉଁଝର ୧୮୬, ମୟୂରଭଞ୍ଜରୁ ୧୬୫ ଜଣ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁର ୧୫୫ ସୁସ୍ଥ ହୋଇ ଫେରିଥିବା ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍‌ରୁ ଜଣାପଡ଼ିଛି ।

ସେହିପରି ସୋନପୁର ୧୪୮, କେନ୍ଦ୍ରାପଡ଼ା ୧୪୧, ଦେବଗଡ଼ ୧୩୮, କୋରାପୁଟ ୧୧୧, ଗଜପତି ୧୦୨, କନ୍ଧମାଳ ୯୫, ମାଲକାନଗିରିରୁ ୮୩ ଜଣ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ୍‌ପୁଲରୁ ୨୭୧ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫୪,୬୬୩୧ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.