ରାଜ୍ୟରେ କରୋନା ନେଲା ଆଉ ୧୦ ଜଣଙ୍କ ଜୀବନ, ୧୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

Published By : Prameya-News7 Bureau | July 25, 2020 IST

ଭୁବନେଶ୍ୱର ୨୫।୦୭: ଓଡିଶାରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

wp:html /wp:html

ଟ୍ବିଟ୍ ଅନୁଯାୟୀ ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ବାଲେଶ୍ବର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ମୃତ, ଗଜପତି, ରାୟଗଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତ ରହିଛନ୍ତି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୫୪ ବର୍ଷୀୟ ଓ ୬୦ବର୍ଷୀୟ ପୁରୁଷ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨ଜଣ ୬୦ବର୍ଷୀୟ ପୁରୁଷ , ୩୦ ବର୍ଷୀୟ ଯୁବକ ରହିଛନ୍ତି । ସେହିପରି ବାଲେଶ୍ୱରରୁ ଜଣେ ୩୭ବର୍ଷୀୟ ପୁରୁଷ ରହିଥିବା ବେଳେ ଆଉ ଜଣେ ୬୦ ବର୍ଷୀୟ ମହିଳା ରହିଛନ୍ତି । ଝାରସୁଗୁଡା ଜିଲ୍ଲାରୁ ଜଣେ ୬୧ ବର୍ଷୀୟ ପୁରୁଷ ରହିଛନ୍ତି । ରାୟଗଡା ଜିଲ୍ଲାରୁ ଜଣେ ୪୭ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଜପତି ଜିଲ୍ଲାରୁ ଜଣେ ୩୭ ବର୍ଷାୟ ପୁରୁଷ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୦୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୬୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୫୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୩୦ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୩୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୪୪୬୩୧୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । 

wp:core-embed/wordpress {"url":"http://www.prameyanews7.com/corona-cases-reached-24013-in-odisha/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/corona-cases-reached-24013-in-odisha/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.