ପୁଣି ସକ୍ରିୟ ହୋଇଛି ବେନାମୀ ହ୍ୟାକର୍ସ ଗ୍ରୁପ୍ : ଜୋକର୍ ମୁଖା ପିନ୍ଧି ପୋଲିସକୁ ଦେଉଛି ଧମକ୍

Published By : Prameya-News7 Bureau | June 03, 2020 IST

ୱାସିଂଟନ ୦୩/୦୬ : ପୋଲିସ ହେପାଜତରେ ଜର୍ଜ ଫ୍ଲାଏଡ଼ଙ୍କ ମୃତ୍ୟୁ ପରେ ଆମେରିକାରେ ହିଂସା ପ୍ରଦର୍ଶନ ଜାରି ରହିଛି | ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସେନା ନିୟୋଜିତ କରିଛନ୍ତି | ଏହାପରେ ସ୍ଥିତି ନିୟନ୍ତ୍ରଣରେ ରହିଛି | ଏହାପରେ ଟ୍ରମ୍ପ ଟ୍ୱିଟ କରିଥିଲେ ୱାସିଂଟନ ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ | କିନ୍ତୁ ଆମେରିକାର ଏହି ହିଂସା ଭିରଚୁଆଲ ଦୁନିଆ ପର୍ଯ୍ୟନ୍ତ ପହଞ୍ଚି ସାରିଛି | ଇଣ୍ଟରନେଟରେ ପୁଣିଥରେ ହ୍ୟାକର୍ସ ସକ୍ରିୟ ହୋଇଛି | କିଛି ଦିନ ପୂର୍ବରୁ ଏହି ଗ୍ରୁପ ବହୁତ ସକ୍ରିୟ ଥିଲା | ଯେଉଁଥିପାଇଁ ବହୁତ ବଡ ବଡ ଲୋକେ ମଧ୍ୟ ଭୟଭୀତ ଥିଲେ | ଏହି ଗ୍ରୁପର କୌଣସି ନା କିମ୍ବା ପରିଚୟ ନଥିବାରୁ ଏହା Anonymous ଭାବେ ପରିଚିତ |

ଜର୍ଜ ଫ୍ଲାଏଡ଼ଙ୍କ ହତ୍ୟା ପରେ ଏହି ଗ୍ରୁପ ଫେସବୁକରେ ପୁଣି ସକ୍ରିୟ ହୋଇଯାଇଛି | ଆମେରିକା ପୋଲିସର କଳା କାରନାମା ସାମ୍ନାକୁ ଆଣିବା ପାଇଁ ଏହି ଗ୍ରୁପ ଧମକ ମଧ୍ୟ ଦେଉଛି | ମୁଖାଧାରୀ ଜଣେ ବ୍ୟକ୍ତି ଇଲେକ୍ଟ୍ରୋନିକ ଭାଷାରେ କଥା କହୁଛି | ସେ କହୁଛି ଯେ ପୋଲିସର ବର୍ବରତା ପୁରା ଆମେରିକାର ସମସ୍ୟା କିନ୍ତୁ ମିନେପୋଲିସ ପୋଲିସ ସବୁଠାରୁ ଖରାପ | ହିଂସା ଓ ଭ୍ରଷ୍ଟାଚାରରେ ସେ ରେକର୍ଡ କରିଛି | 

{"id":280607,"sizeSlug":"large"}

ଏହି ଗ୍ରୁପ ସମ୍ପର୍କରେ ଦୁନିଆରେ କେହି କିଛି ଜାଣିନାହାନ୍ତି | ଏହି ଗ୍ରୁପରେ କିଏ କିଏ କାମ କରନ୍ତି, କିଏ ଏହି ଗ୍ରୁପର ଲିଡର ଓ ଏମାନେ କେଉଁଠାରୁ କାମ କରନ୍ତି ତାହା କେହି ମଧ୍ୟ ଜାଣିନାହାନ୍ତି | ଏମାନଙ୍କ ଟ୍ୟାଗ ଲାଇନ ହେଲା- ଆମେ ସେନା | ଏଥିରୁ ଅନୁମାନ କରାଯାଇପାରେ ଯେ ହ୍ୟାକର୍ସଙ୍କ ଏକ ବଡ ସମୁଦାୟ ରହିଥିବା ଯିଏ ଏହିସବୁ କାମ କରୁଥିବ | ଏମାନେ ସାଧାରଣତଃଅ ସେମାନଙ୍କୁ ଟାର୍ଗେଟ କରିଥାନ୍ତି ଯେଉଁମାନେ ଅଧିକ ଶକ୍ତିଶାଳୀ ଓ ନିଜ ପାୱାରର ବ୍ୟବହାର ସଠିକ ଭାବେ କରିନଥାନ୍ତି | ଏମାନେ ଜୋକର ମୁଖା ପିନ୍ଧି ଇଣ୍ଟରନେଟରେ ମେସେଜ ଦେଇଥାନ୍ତି | ଏମାନଙ୍କ ଏହା ଏକମାତ୍ର ପରିଚୟ | ଏହି ମୁଖା ମଧ୍ୟ ବ୍ରିଟିଶ ଲେଖା ଏଲନ ମୁରଙ୍କ ଗ୍ରାଫିକ ନୋବେଲ V for Vendetta ରୁ ପ୍ରେରିତ ଯାହାର କଭର ପେଜରେ ମୁଖ୍ୟ ଚରିତ୍ର ଜୋକରର ମୁଖା ପିନ୍ଧିଥିବା ଦେଖିବାକୁ ମିଳିଥାଏ | ଏହି ମୁଖା ପଛରେ ରହି ଏମାନେ ଅନ୍ୟାୟ ଓ ଭ୍ରଷ୍ଟାଚାରର ପର୍ଦାଫାଶ କରିଥାନ୍ତି | ସାରା ଦୁନିଆର ହ୍ୟାକର୍ସ ଅନଲାଇନ ଚାଟରୁମରେ ପରସ୍ପର ସହ ଯୋଗାଯୋଗ କରନ୍ତି ଏବଂ ଏଜେଣ୍ଡା ସ୍ପଷ୍ଟ କରିଥାନ୍ତି | ଏହାପରେ କାମ ଆରମ୍ଭ କରନ୍ତି |

{"id":280609,"width":577,"height":376,"sizeSlug":"large"}

ଗତ କିଛି ବର୍ଷ ହେଲା ଏହି ଗ୍ରୁପର ସଦସ୍ୟ ଚୁପ ଥିଲେ | ଜର୍ଜ ଫ୍ଲାଏଡ଼ଙ୍କ ମୃତ୍ୟୁ ମାମଲା ପରେ ଏମାନେ ପୁଣିଥରେ ସକ୍ରିୟ ହୋଇଛନ୍ତି | ସେବେଠାରୁ ଲଗାତାର ଅନେକ ସାଇବର ହମଲା ହେଉଛି | ମିନେପୋଲିସ ସହରର ପୋଲିସ ବିଭାଗ ୱେବସାଇଟ ଗତ କିଛି ଦିନ ହେଲା ଅଫଲାଇନ ଦର୍ଶାଇଥିଲା | ସେଥିପାଇଁ ୱେବସାଇଟ ହ୍ୟାକ ହୋଇସାରିଥିବ ଆଶଙ୍କା କରାଯାଉଛି | ତାଛଡା ବିଭାଗର କିଛି ଅଧିକାରୀଙ୍କ ପାସୱାର୍ଡ଼ ମଧ୍ୟ ହ୍ୟାକ ହୋଇସାରିଛି |

ଏହି ପୂର୍ବରୁ ମଧ୍ୟ ଅନେକ ବଡ ବଡ କାରନାମା କରିସାରିଛି | ଥରେ ଫେସବୁକ ପେଜ ଜରିଆରେ ଆଇଏସଆଇଏସ ଅନଲାଇନ ପେଜକୁ ନଷ୍ଟ କରିଦେବ ବୋଲି ଏହି ଗ୍ରୁପ କହିଥିଲା | ଏହି ଆଇଏସଆଇଏସ ଅନଲାଇନ ପେଜ ଜରିଆରେ ଯୁବପିଢ଼ି ଆତଙ୍କବାଦ ସହ ଯୋଡି ହୋଇଥାନ୍ତି | ସେଥିପାଇଁ ଏହି ପେଜକୁ ବନ୍ଦ କରିଦେବାକୁ ଧମକ ଦେଇଥିଲା | ଏହା ପୂର୍ବରୁ ହ୍ୟାକର୍ସଙ୍କ ଏହି ଗ୍ରୁପ ଆତଙ୍କବାଦୀ ସହ ଜଡିତ ହଜାରେରୁ ଅଧିକ ୱେବସାଇଟ ହ୍ୟାକ କରି ତାକୁ ନଷ୍ଟ କରିସାରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.